୫ ଲିଟର ଆସ୍କାଫର୍ଟି ମଦ ଜବତ, ଅଭିଯୁକ୍ତ କୋର୍ଟଚାଲାଣ

Spread the love

କୋରେଇ : ପାଣିକୋଇଲି ଥାନା ଅଧୀନସ୍ଥ ଭକଣ୍ଡରୀ ଗ୍ରାମରୁ ପୁଲିସ ୫ ଲିଟର ଦେଶୀ ମଦ ଜବତ କରିବା ସହ ବେପାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ପରେ ଏନେଇ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ପ୍ରକାଶଯେ, କରଦା ପଞ୍ଚାୟତର ଭକଣ୍ଡରୀ ଗ୍ରାମରେ ଦେଶୀ ମଦ ବେଆଇନ ବିକ୍ରିର ଖବର ପାଇଥିଲା ପୁଲିସ । ଶନିବାର ରାତ୍ରୀରେ ପାଣିକୋଇଲି ପୁଲିସ ପକ୍ଷରୁ ସଦଳ ବଳେ ଚଢଉ କରାଯାଇଥିଲା । ଚଢଉ ସମୟରେ ଭକଣ୍ଡରୀ ଗ୍ରାମର ପୂର୍ଣ ମଳିକଙ୍କ ପୁଅ ପ୍ରମୋଦ ମଳିକ(୨୮)କୁ ସନ୍ଦେହଜନକ ଅବସ୍ଥାରେ ଧରିବା ସହ ତା ନିକଟରୁ ୫ ଲିଟର ଆସ୍କାଫର୍ଟି ମଦ ଜବତ କରାଯାଇଥିଲା । ଏନେଇ ଏକ ମାମଲା ୨୦୨ ରୁଜୁ କରାଯାଇ ଦଫା ୫୨ (ଏ) ଓଡିଶା ଏକ୍ସସାଇଜ ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *