କର୍ଣ୍ଣାଟକର ଏମଏମ ହିଲ୍ସରେ ଅଭୟାରଣ୍ୟରେ ୫ଟି ବାଘର ମୃତ୍ୟୁ ହୋଇଛି। ବାଘୁଣୀ ଓ ୪ଟି ଶାବକଙ୍କ ମୃତ ଦେହ ଉଦ୍ଧାର କରିଛି ବନବିଭାଗ। ବାଘୁଣୀ ଗାଁ ପାଖରେ ଏକ ଗାଇକୁ ମାରି ଖାଇଦେଇଥିଲା। ମୃତ୍ୟୁ ପଛର କାରଣ ଖାଇବାରେ ବିଷ ପ୍ରକ୍ରିୟାରୁ ଜଣାପଡ଼ିଛି। ଏହି ଘଟଣା ହଇଚଇ ସୃଷ୍ଟି କରିଛି। ପ୍ରାରମ୍ଭିକ ତଦନ୍ତ ଅନୁସାରେ, ମୃତ୍ୟୁ ପଛରେ ବିଷକ୍ରିୟା। ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହେବ। ଚାମରାଜନଗର ସର୍କଲର ମୁଖ୍ୟ ବନ ସଂରକ୍ଷକ ଟି.ହରିଲାଲ କହିଛନ୍ତି, ବାଘୁଣୀ ଓ ତାର ୪ ଶାବକକୁ ମିନିୟମ କ୍ଷେତ୍ର ହୁଗ୍ୟମ ରେଞ୍ଜରେ ଠାବ ହୋଇଛି। ବାଘ ମୃତ୍ୟୁ ବିଲକୁଲ ସ୍ୱାଭାବିକ ନୁହେଁ। ବାଘୁଣୀ ଗାଁର ଏକ ଗାଈକୁ ଶୀକାର କରି ଜଙ୍ଗଲକୁ ନେଇ ଖାଇଥିଲା। ଆଶଙ୍କା କରାଯାଉଛି, କିଛି ଗ୍ରାମବାସୀ ମାଂସରେ ବିଷ ମିଶାଇଦେଇ ଛାଡିଦେଇଥିଲେ। ଏହାକୁ ଖାଇ ବାଘୁଣୀ ଓ ଚାରି ଶାବକଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଶ୍ୱର ବି ଖାନ୍ଦ୍ରେ ମାମଲାର ଗମ୍ଭୀରତା ଦୃଷ୍ଟିରୁ ୩ ଦିନ ଭିତରେ ରିପୋର୍ଟ ତଲବ କରିଛନ୍ତି। ୫ଟି ବାଘର ଦିନକ ଭିତରେ ମୃତ୍ୟୁ ବେଶ୍ ଚିନ୍ତାଜନକ ଅଟେ। ଦୋଷୀଙ୍କୁ କୌଣସିମତେ ବରଦାସ୍ତ କରାଯିବନି। ମାମଲାର ଯାଞ୍ଚ ମୁଖ୍ୟ ପ୍ରଧାନ ବନସଂରକ୍ଷକଙ୍କ ଦ୍ୱାରା କରାଯିବ। ତତ୍କାଳ ଘଟଣାସ୍ଥଳକୁ ଯାଇ ବିସ୍ତୃତ ଯାଞ୍ଚ ଲାଗି ନିର୍ଦେଶ ଦିଆଯାଇଛି। କର୍ଣ୍ଣାଟକ ଦେଶର ଦ୍ୱିତୀୟ ସର୍ବାଧିକ ବାଘ ରାଜ୍ୟ ଅଟେ। ମୋଟ୍ ୫୬୩ ବାଘ ଅଛନ୍ତି। ଏତିକିବେଳେ ୫ଟି ବାଘର ମୃତ୍ୟୁ ଗମ୍ଭୀର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏମଏମ ହିଲ୍ସ ଅଭୟାରଣ୍ଯ ୯୦୬ ବର୍ଗକିଲୋମିଟର ପରିବ୍ୟାପ୍ତ। ଏହି କ୍ଷେତ୍ରକୁ ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପ ଘୋଷଣା କରିବାକୁ ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦିଆଯାଇଥିଲା। କିନ୍ତୁ ତା ପରଠୁ ଏହା ଶୀତଳଭଣ୍ଡାରରେ ଅଟକିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now