ବିଧାୟକଙ୍କୁ ଧମକ ମାମଲା: ୬ ଗିରଫ

Spread the love

ଚଣ୍ଡିଗଡ: ହରିଆଣାର ବିଧାୟକଙ୍କୁ ଧମକ ଦେବା ଅଭିଯୋଗରେ ସ୍ପେସାଲ ଟାସ୍କ ଫୋର୍ସ ୬ ଜଣଙ୍କୁ ଗିରଫ କରିଛି । ଯାଞ୍ଚ କାଳରେ ପୁଲିସକୁ ୧୮ଟି ବିଦେଶୀ ନମ୍ବର ମିଳିଛି, ଯେଉଁଥିରେ ଏହି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିଧାୟକଙ୍କୁ ଧମକ କାର୍ଯ୍ୟରେ ପାକିସ୍ତାନ ଓ ଦୁବାଇର ଗ୍ୟାଙ୍ଗ ସମ୍ପୃକ୍ତି ନେଇ ତଥ୍ୟ ତଦନ୍ତକାରୀ ଦଳକୁ ଜଣାପଡିଛି ।
ପୁଲିସ ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କର ପାକିସ୍ତାନ ସହ ସିଧା ସମ୍ପର୍କ ରହିଥିଲା ଓ ହାଓଲା ମାଧ୍ୟମରେ ସେମାନଙ୍କୁ ଟଙ୍କା ପଠାଯାଉଥିଲା । ଜୁନ ଓ ଜୁଲାଇ ମାସରେ ପଞ୍ଜାବ, ହରିଆଣା ଓ ଦିଲ୍ଲୀର ବହୁ ବିଧାୟକଙ୍କୁ ଧମକ ମିଳୁଥିଲା । ଏହାକୁ ନେଇ ବହୁ ଅଭିଯୋଗ ରେଜିଷ୍ଟର ମଧ୍ୟ ହୋଇଥିଲା ।
ଲଗାତର ଧମକ ପରେ ଜୁଲାଇ ପ୍ରାରମ୍ଭରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରି ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରବିବାର ଦିନ ଏହି ଘଟଣାରେ ପୁଣି ଗୃହମନ୍ତ୍ରୀ ହରିଆଣା ଟ୍ୱିଟ କରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିକାରୀ ତତ୍ୱଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *