ARREST

  • ପୁଅକୁ ଜେଲ ପଠାଇଲା ବାପା

    ବଲାଙ୍ଗୀର: ନିଜ ପୁଅକୁ ଜେଲ ପଠାଇଲା ବାପା । ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲା ରାଜୀବନଗର ଗ୍ରାମର । ପୁଅର ଅପରାଧୀକ ବ୍ୟବହାରରୁ ବିରକ୍ତହୋଇ ଥାନାରେ କଲେ ଅଭିଯୋଗ ।  ଅଭିଯୋଗକୁ ଆଧାର କରି ପୁଅକୁ ଜେଲ କୁ ନେଇ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଉଛନ୍ତି ନୀଳକଣ୍ଠ ପଟ୍ଟନାୟକ ।

    ସୂଚନା ଅନୁଯାୟୀ ପୁଅ ନୀଳକଣ୍ଠ ଓରୋଫ (ଆଲୋକ) ନାଁରେ ହତ୍ୟା ଓ ଲୁଟ ଭଳି ଅପରାଧିକ ମାମଲା ଥିଲା । ଯେଉଁଥିପାଇଁ ସେ ଜେଲ ଯାଇ ଜାମିନରେ ବାହାରିଥିଲେ । କିନ୍ତୁ ପରେ ଘରେ ମଧ୍ୟ ସେହିପରି ବ୍ୟବହାର କରି ଘରର ଆସବାବପତ୍ର ତଥା ଜରୁରୀ କାଳୀନ ସାମଗ୍ରୀକୁ ଭଙ୍ଗାରୁଜା କରିଥିଲେ । ବାପା ଲକ୍ଷୀକାନ୍ତ ଏଥିରେ ଅତିଶ ହୋଇ ଶେଷରେ ଥାନାର ଲିଖିତ ଅଭିଯୋଗ କରିଥିଲେ ।

    ବାପାର ଅଭିଯୋଗକୁ ଆଧାର କରି ପୁଅ ଆଲୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପରେ ଲକ୍ଷୀକାନ୍ତଙ୍କ ପାଖରୁ ଗୋଟେ ଦେଶୀ ବନ୍ଧୁକ ସହ ଭୁଜାଲି ଜବତ କରିଛି ପୋଲିସ ।  ତବେ ଏ ବାବଦରେ ଲକ୍ଷୀକାନ୍ତ ପଟ୍ଟନାୟକ ଓ ପୋଲିସଙ୍କ ଠାରୁ କୌଣସି  ପ୍ରତିକ୍ରାୟା ମିଳିପାରିନାହିଁ ।

  • ଟିଏମସି ମୁଖପାତ୍ର ପୁଣି ଗିରଫ

    ନୂଆଦିଲ୍ଲୀ: ଟିଏମସିର ମୁଖପାତ୍ର ସାକେତ ଗୋଖଲେ ପୁଣି ଗିରଫ। ଗୁଜରାଟ ପୁଲିସ୍‌ ଗୁରୁବାର ବିଳମ୍ବିତ ରାତିରେ ସାକେତଙ୍କୁ ଦିଲ୍ଲୀରୁ ଗରିଫ କରିଛି। କ୍ରାଉଡଫଣ୍ଡିଂ ମାଧ୍ୟମରେ ସଂଗୃହିତ ଅର୍ଥକୁ ସେ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି।  ଅହମଦାବାଦ ସାଇବର କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ସାକେତଙ୍କୁ ଗିରଫ କରି ଗୁଜୁରାଟ ନେଉଛି। ସେଠାରେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

    ଏହା ପୂର୍ବରୁ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ସାଇବର ସେଲର କ୍ରାଇମବ୍ରାଞ୍ଚ ଡିସେମ୍ବର ୬ରେ ସାକେତଙ୍କୁ ଗିରଫ କରିଥିଲା। ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ପରେ ପ୍ରଧାନମନ୍ତ୍ରୀ ଗସ୍ତ କରିଥିବା ବେଳେ  ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଡିସେମ୍ବର ୧ରେ ତା’ର ମିଥ୍ୟା ଖବର ସାକେତ ଭାଇରାଲ କରିଥିଲେ।

    ମୋଦିଙ୍କ ଗସ୍ତରେ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସାକେତ ଦାବି କରିଥିଲେ। ପରେ ସେ ଜାମିନରେ ବାହାରିଥିଲେ। ପୁଣି ୮ ତାରିଖରେ ମୋର୍ବି ପୁଲିସ ଗିରଫ କରିଥିବା ବେଳେ ୯ରେ ସେ ଜାମିନରେ ଆସିଥିଲେ।

  • ଗିରଫ ହେଲେ ବୋର୍ଡ କର୍ମଚାରୀ

    କଟକ: ନକଲି ସାର୍ଟିଫିକେଟ ଦେଇ ବୋର୍ଡ କର୍ମଚାରୀ ଗିରଫ। ସୁଇପର ସୁପରଭାଇଜର ଭ୍ରମରବର ନାୟକଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନକଲି ସାର୍ଟିଫିକେଟ ବିକି ଥିଲେ ଭ୍ରମରବର। ୪୫ ହଜାର ଟଙ୍କାରେ ବିକି ଥିଲେ OSTEET ସାର୍ଟିଫିକେଟ। ସମ୍ପୃକ୍ତ ବ୍ୟକ୍ତି ସାର୍ଟିଫିକେଟ ନକଲି ବୋଲି ଜାଣିବା ପରେ ବୋର୍ଡକୁ ଅବଗତ କରାଇଥିଲେ। ପରେ ବୋର୍ଡ଼ ମଙ୍ଗଳାବାଗ ଥାନାକୁ ତଦନ୍ତ ପାଇଁ ଚିଠି କରିଥିଲା। ସେପଟେ ଭ୍ରମର ଏକାଧିକ ଲୋକଙ୍କୁ ନକଲି ସାର୍ଟିଫିକେଟ ବିକି ଥିବା ସନ୍ଦେହ କରୁଛି ପୋଲିସ। ଏନେଇ ଅଧିକ ତଦନ୍ତ ଜାରି ରଖିଛି ମଙ୍ଗଳବାଗ ପୋଲିସ।

  • ଅଭିନେତା କେଆରକେ ଗିରଫ

    ମୁମ୍ବାଇ: ମଙ୍ଗଳବାର ସକାଳୁ ଅଭିନେତା କମଲ ଆର ଖାନ ବା କେଆରକେଙ୍କୁ ମଲାଦ ପୁଲିସ ଗିରଫ କରିଛି। ୨୦୨୦ର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ ହୋଇଥିବା ଏଫଆଇଆର ଆଧାରରେ ତାଙ୍କୁ ଗିରଫ କରାଯାଇଛି।

    ୨୦୨୦ ଏପ୍ରିଲ ୩୦ରେ ଯୁବ ସେନା ନେତା ରାହୁଲ କାନାଲଙ୍କ ଫକ୍ଷରୁ କେଆରକେଙ୍କ ବିରୋଧରେ ଏଫଆଇଆର ହୋଇଥିଲେ। ଏଫଆଇଆରରେ ଉଲ୍ଲେଖ ଥିଲା କି, କେଆରକେ ସ୍ବର୍ଗତ ଇର୍ଫାନ ଖାନ ଓ ରିଷି କପୁରଙ୍କ ଉପରେ ବିବାଦୀୟ ଘୃଣାସୃଷ୍ଟିକାରୀ ପୋଷ୍ଟ କରିଥିଲେ।

    କେଆରକେ ବଲିଉଡକୁ ଦେଶଦ୍ରୋହୀ ନାମକ ଫିଲ୍ମ ମାଧ୍ୟମରେ ବଲିଉଡକୁ ଏଣ୍ଟ୍ରି କରିଥିଲେ। ଯେତେବେଳେ ସାରା ବିଶ୍ବ ମହାମାରୀ ଦେଇ ଗତିକରୁଥିଲା ସେ ସୋସିଆଲ ମିଡିଆ ମାଧ୍ୟମରେ ଅମାନବୀୟ ପୋଷ୍ଟ ମାଧ୍ୟମରେ ଘୃଣା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ସେ ସ୍ବର୍ଗତ ରିଷି କପୁର ଓ ଇର୍ଫାନ ଖାନଙ୍କ ଉପରେ ଘୃଣ୍ୟ କମେଣ୍ଟ ଦେଉଥିବା ଅଭିଯୋଗକାରୀ କହିଥିଲେ।

    ଅଭିଯୋଗକାରୀ କହିଥିଲେ କି, ଏହି ଲୋକ ନିଶ୍ଚିତ ରୂପେ ଆମ ଦେଶର ନୁହଁନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏହି ବ୍ୟକ୍ତି ବିରୋଧରେ ଆଇପିସିର ଧାରା ୫୦୫, ୫୦୪, ୫୦୧, ୧୮୮, ୧୧୭, ୧୨୧ ଓ ୧୫୩ଏରେ ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲେ।

    ମଙ୍ଗଳବାର ସକାଳୁ ସେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ତାଙ୍କୁ ପୁଲିସ ଗିରଫ କରିଛି।

  • ମୁମ୍ବାଇରୁ ୨ ଡ୍ରଗ୍ସ ପ୍ୟାଡଲର ଗିରଫ

    ମୁମ୍ବାଇ: ଗୁରୁବାର ଦିନ ମୁମ୍ବାଇ ପୁଲିସର ଆଣ୍ଟି ନାର୍କୋଟିକ୍ସ ୟୁନିଟ  ଦୁଇ ଜଣ ନାଇଜେରୀୟ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରିଛି।  ସେମାନଙ୍କ ନିକଟରୁ ନାର୍କୋଟିକ ଟିମ ୧ କେଜି ଏମଡି ଡ୍ରଗ ଜବତ କରିଛି, ଯାହାର ମୂଲ୍ୟ ୨ କୋଟି ୮୦ ଲକ୍ଷ ଟଙ୍କା ହେବ।

    ଏମାନଙ୍କ ବିରୋଧରେ ମାମଲା ଦାୟର କରାଯାଇ ହାଜତକୁ ନିଆଯିବା ସହ ମାମଲାର ଯାଞ୍ଚ ଜାରି ରହିଛି। ମୁମ୍ବାଇର ପାନଭେଲ ହାଇୱେରୁ ଏମାନଙ୍କୁ ଗିରଫ କରାଯାଇଛି। ପଚରା ଉଚରାରୁ ପୁଲିସକୁ ଜଣାପଡିଛି କି, ଏକ ଗ୍ରୁପ ମୁମ୍ବାଇକୁ ଆସିଥିଲେ ଡ୍ରଗ୍ସ ବ୍ୟାପାର କରିବାକୁ ବୋଲି ଅଧିକାରିକ ସୂତ୍ରରୁ ପ୍ରକାଶ।

    ଏପ୍ରିଲରେ ମଧ୍ୟ ଦୁଇ ଜଣ ନାଇଜିରୀୟ ଡଗ୍ ପ୍ୟାଡଲରଙ୍କୁ ଗିରଫ କରାଯାଇଥିଲା ମୁମ୍ବାଇର ମାଲାଡ ଅଞ୍ଚଳରୁ। ସେହି ଡଗ୍ସର ମୂଲ୍ୟ ୧ କୋଟି ଥିଲା।

  • ଗିରଫ ସନ୍ଦିଗ୍ଧ ଆତଙ୍କୀ ଭର୍ଚୁଆଲ ଆଇ ପ୍ରସ୍ତୁତ କରିବାରେ ଥିଲା ମାଷ୍ଟର

    ଲକ୍ଷ୍ନୌ: ୟୁପି ଏଟିଏସ ସାହରନପୁରରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ସନ୍ଦିଗ୍ଧ ଆତଙ୍କୀ ନଦିମକୁ ପଚରା ଉପରା ପରେ କାନପୁରର ହବିବୁଲା ଓରଫ ସୈଫୁଲ୍ଲାହକୁ ଗିରଫ କରାଯାଇଛି । ସୈଫୁଲ୍ଲାହ ସ୍ୱୀକାର କରିଛି କି, ସେ ଜୈଶ ମହମ୍ମଦ ସମ୍ପର୍କରେ ଥିଲା । ସେ ଭର୍ଚୁଆଲ ଆଇଡି ତିଆରି କରିବାରେ ସିଦ୍ଧହସ୍ତ ଓ ନଦିମ ସହ ମିଶି ସେ ପ୍ରାୟ ୩୦ ଜଣଙ୍କୁ ଭର୍ଚୁଆଲ ଆଇଡି ଦେଇଛି ।
    ଏଟିଏସ ମୁତାବକ, ପାକିସ୍ତାନ ଓ ଆଫଗାନିସ୍ତାନର ଆତଙ୍କବାଦୀଙ୍କୁ ସୈପୁଲ୍ଲାହ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରି ଦେଉଥିଲା । ସୈଫୁଲ୍ଲାହ, ଫତେପୁରର ୧୯ ବର୍ଷର ଜଣେ ଯୁକ । କାନପୁରରୁ ଗିରଫ ସୈଫୁଲ୍ଲାହ ନଦିମକୁ ଛୁରାରେ ଆକ୍ରମଣ କରିବାର ତାଲିମ ଦେଇଥିଲା । ସେ ଭର୍ଚୁଆଲ ନମ୍ବରରୁ ଫିଦାୟୀ ଫୋର୍ସର ପିଡିଏଫ ଫର୍ମାଟର ଟ୍ରେନିଂ ମଡ୍ୟୁଲ ନଦିମକୁ ପଠାଇଥିଲା । ସେ ଫତେହପୁରରେ ବସି ଭାରତରୁ ପାକିସ୍ତାନ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ବହୁ ଯୁବକଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜିହାଦୀ ହେବାକୁ ଉସକାଇଆସୁଥିଲା ।
    ପଚରାଉଚରାରେ ସୈଫୁଲ୍ଲହା ମାନିଛି କି, ସେ ଓ ନଦିମ ଜୈଶ ଏ ମହମ୍ମଦ ସଂଗଠନ ସହ ସଂଶ୍ଳିଷ୍ଟ ଥିଲା । ସେ ହ୍ୱାଟ୍ସଆପ, ଟେଲିଗ୍ରାମ, ଫେସବୁକ ମେସେଞ୍ଜର ପରି ସୋସିଆଲ ମିଡିଆ ମାଧ୍ୟମରେ ଆଫଗାନିସ୍ତାନର ବହୁ ହ୍ୟାଣ୍ଡଲର୍ସଙ୍କ ସହ ସମ୍ପର୍କରେ ଥିଲା । ସୈଫୁଲ୍ଲାହ ବହୁ ଗ୍ରୁପ ରେ ଭର୍ଚୁଆଲ ଆଇ ମାଧ୍ୟମରେ ସମ୍ପୃକ୍ତ ଥିଲା ଓ ଅନ୍ୟ ସଦସ୍ୟଙ୍କୁ ଏହା ତିଆରି କରି ପ୍ରଦାନ କରୁଥିଲା । ଏହି ଗ୍ରୁପରେ ଜିହାଦୀ ଭିଡିଓ ମଧ୍ୟ ପଠାଯାଇଥାଏ ।

  • ବିଧାୟକଙ୍କୁ ଧମକ ମାମଲା: ୬ ଗିରଫ

    ଚଣ୍ଡିଗଡ: ହରିଆଣାର ବିଧାୟକଙ୍କୁ ଧମକ ଦେବା ଅଭିଯୋଗରେ ସ୍ପେସାଲ ଟାସ୍କ ଫୋର୍ସ ୬ ଜଣଙ୍କୁ ଗିରଫ କରିଛି । ଯାଞ୍ଚ କାଳରେ ପୁଲିସକୁ ୧୮ଟି ବିଦେଶୀ ନମ୍ବର ମିଳିଛି, ଯେଉଁଥିରେ ଏହି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବିଧାୟକଙ୍କୁ ଧମକ କାର୍ଯ୍ୟରେ ପାକିସ୍ତାନ ଓ ଦୁବାଇର ଗ୍ୟାଙ୍ଗ ସମ୍ପୃକ୍ତି ନେଇ ତଥ୍ୟ ତଦନ୍ତକାରୀ ଦଳକୁ ଜଣାପଡିଛି ।
    ପୁଲିସ ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କର ପାକିସ୍ତାନ ସହ ସିଧା ସମ୍ପର୍କ ରହିଥିଲା ଓ ହାଓଲା ମାଧ୍ୟମରେ ସେମାନଙ୍କୁ ଟଙ୍କା ପଠାଯାଉଥିଲା । ଜୁନ ଓ ଜୁଲାଇ ମାସରେ ପଞ୍ଜାବ, ହରିଆଣା ଓ ଦିଲ୍ଲୀର ବହୁ ବିଧାୟକଙ୍କୁ ଧମକ ମିଳୁଥିଲା । ଏହାକୁ ନେଇ ବହୁ ଅଭିଯୋଗ ରେଜିଷ୍ଟର ମଧ୍ୟ ହୋଇଥିଲା ।
    ଲଗାତର ଧମକ ପରେ ଜୁଲାଇ ପ୍ରାରମ୍ଭରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରି ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ରବିବାର ଦିନ ଏହି ଘଟଣାରେ ପୁଣି ଗୃହମନ୍ତ୍ରୀ ହରିଆଣା ଟ୍ୱିଟ କରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିକାରୀ ତତ୍ୱଙ୍କୁ ଛଡାଯିବ ନାହିଁ ବୋଲି କହିଛନ୍ତି ।

  • ଆସାମ ବନ୍ୟା ପଛର କାରଣ…

    ସିଲଚର: ବନ୍ୟା ଜଳରେ ଉବୁଟୁବୁ ଆସାମ। କଛାର ଜିଲ୍ଲାରେ ବରାକ ନଦୀ ବନ୍ଧ ଭାଙ୍ଗିବାରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିଲଚର ସହର। ସିଲଚର ସହର ପାଣିରେ  ବୁଡିଯିବା ପରେ ଆସୁଛି ଚାଞ୍ଚଲ୍ୟକର ତଥ୍ୟ। ଏହି ବନ୍ୟା ପ୍ରକୃତିକ ନୁହେଁ ବରଂ ମନୁଷ୍ୟ କୃତ୍ୟ। ବରାକ ନଦୀବନ୍ଧ ଭାଙ୍ଗି ନାହିଁ, ଏହାକୁ ଭଙ୍ଗା ଯାଇଛି ବୋଲି ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ। ଏହି ଅଭିଯୋଗରେ ପୁଲିସ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି।

    ପୁଲିସ ଏହି ମାମଲାରେ ବିତୁକଣ୍ଡି ଅଞ୍ଚଳ ବାସିନ୍ଦା କାବୁଲ ଖାନକୁ ଗିରଫ କରିଥିଲା। ତାକୁ ପଚରା ଉଚରା କରିବା ବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ପୁଲିସ ଅନ୍ୟ ତିନି ଜଣଙ୍କୁ ଗିରଫ କରିଛି। ପୁଲିସ ମୁତାବକ କାବୁଲଠାରୁ ସତ୍ୟ ଉଗାଳିବା ପରେ ମିଠୁ ହୁସେନ ଲସ୍କର, ନଜିର ହୁସେନ ଲସ୍କର ଓ ରିପନ ଖାନଙ୍କୁ ଗିରଫ କରିଛି। ବନ୍ୟା ପ୍ରାକୃତିକ ନୁହେଁ ବନ୍ଧ କାଟି ବନ୍ୟା ହୋଇଥିବା କହିଛି ପୁଲିସ।

    ଏସପି ରମନଦୀପ କୌର କହିଛନ୍ତି କି, ଷଡଯନ୍ତ୍ର ଅନ୍ତର୍ଗତ ବେତୁକା ବନ୍ଧ କଟାଯାଇଥିଲା। ଫଳରେ ବରାକ ନଦୀର ବନ୍ୟା ଜଳ ପ୍ରବଳ ବେଗରେ ସିଲଚର ସହର ଭିତରକୁ ପଶି ଆସିଥିଲା। ବନ୍ୟା ଜଳରେ ଦୁଇ ଲକ୍ଷରୁ ଅଧିକ ଲୋକେ ଗୃହଶୂନ୍ୟ ହୋଇଛି। ଏହା ଜଣାପଡିବା ପରେ ପୁଲିସ ଏବେ ଏହାର କାରଣ ଖୋଜିବାରେ ଲାଗିଛି।

  • ନ୍ୟୁଜ ଆଙ୍କର ଗିରଫ

    ନୂଆଦିଲ୍ଲୀ: ଡେଲି ନିଜ୍ୟୁ ଆନାଲିସସ୍ ସୋ ର ଆଙ୍କର ରୋହିତ ରଞ୍ଜନ ଗିରଫ । ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ନ୍ୟୁଜ ଆଙ୍କର ରୋହିତ ରଞ୍ଜନଙ୍କୁ ଗାଜିଆବାଦରୁ ଗିରଫ କରିଛି ନୋଏଡା ପୋଲିସ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାୟନକୁ ଏଡିଟ କରି ଗଣମାଧ୍ୟମରେ ଭୁଲ ତଥ୍ୟ ରୋହିତ ପ୍ରଚାର କରିଥିଲେ ଓ ନିଜର ସ୍ପେସାଲ ସୋ ରେ ଏହି ଭିଡିଓକୁ ଦେଖାଇଥିବା ଅଭିଯୋଗ ହୋଇଥିଲା । ଏପରି ଖବର ପ୍ରସାରଣ ଯୋଗୁ ରାହୁଲ ଗାନ୍ଧୀଙ୍କ ସମ୍ମାନହାନୀ ହୋଇଥିବା ଦର୍ଶାଇ ଛତିଶଗଡ ଯୁବ କଂଗ୍ରେସ ପକ୍ଷରୁ  ଥାନାରେ ଏତାଲ ଦିଆଯାଇଥିଲା। ଆଜି ତାଙ୍କୁ ଗିରଫ କରିବାକୁ ଛତିଶଗଡରୁ ପୁଲିସ ସେଠାରେ ପହଞ୍ଚି ଗିରଫ କରିବା ପୂର୍ବରୁ ନୋଏଡା ପୁଲିସ ତାଙ୍କୁ ଗିରଫ କରିଛି। କାରଣ  ନୋଏଡା ଥାନା ସେକ୍ଟର ୨୦ରେ ମଧ୍ୟ ରୋହିତଙ୍କ ନାଁରେ ଏତଲା ଦିଆଯଆଇଥିଲା । ନୋଏଡା ସ୍ଥିତ ଟିଭି ଚ୍ୟାନେଲ ଅଫିସ ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

     ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

  • ଉଦୟପୁର ହତ୍ୟାକାଣ୍ଡ: ଆଉ ୨ ଅଭିଯୁକ୍ତ ଗିରଫ

    ଉଦୟପୁର: ରାଜସ୍ଥାନ ଉଦୟପୁର କହ୍ନୋୟାଲାଲ ହତ୍ୟାକାଣ୍ଡ ମାମଲାରେ ପୋଲିସ ମିଳିଛି ଆଉ ଏକ ସଫଳତା। ଏହି ହତ୍ୟାକାଣ୍ଡ ମାମଲାରେ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସ୍‌ଆଇଟ। ହତ୍ୟା ଷଡଯନ୍ତ୍ର ମାମଲାରେ  ମୋହସିନ୍‌ ଏବଂ ଆସିଫ ନାମକ ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି ଏସ୍‌ଆଇଟ। ଏହାବ୍ୟତୀତ ମାମଲାରେ ଅନ୍ୟ ୩ ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି ଏସଆଇଟି। ତେବେ ଗ୍ରାହକ ସାଜି ହତ୍ୟାକରିଥିବା ଦୁଇ ଜଣଙ୍କୁ ତୁରନ୍ତି ଫାଶି ଦେବାନେଇ ଦେଶ ତମାମ ଆବେଦନ କରାଯାଉଛି। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭର ନିଆଁ ଜଳିବାରେ ଲାଗିଛି।

Back to top button