ଯୌନ ଶୋଷଣର ଶିକାର ୬ ବର୍ଷର ଶିଶୁ

Spread the love

() ଶିଶୁକୁ ବଳତ୍କାର । ୬ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ପରି ଘଟଣା ଘଟିଛି ମୁମ୍ୱାଇ ସହରରେ । ମଙ୍ଗଳବାରେ ଜଣେ 35 ବର୍ଷ ବୟସ୍କ ବ୍ୟକ୍ତି ଜଣେ 6 ବର୍ଷର ଶିଶୁକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ମୁମ୍ୱାଇର ମାନଖର୍ଡ ପୋଲିସ ଷ୍ଟେସନ ଅଧୀନରେ ଘଟିଛି । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରି ଦେଇଛି।

ଅଭିଯୋଗ ଅନୁଯାୟୀ, ମାନଖର୍ଡ ଥାନା ଅଧୀନରେ ନିଜ ପରିବାର ସହ ରହୁଛନ୍ତି। ମଙ୍ଗଳବାର ଦିନ ଶିଶୁଟିକୁ ଏକୁଟିଆ ଖେଳୁଥିବା  ଦେଖି ଅଭିଯୁକ୍ତ ଜଣକ ତାକୁ ଶିଖାଇ ମତାଇ ନିଜ ଘରକୁ ନେଇଯାଇଥିଲା ଓ ସେଠାରେ ବଳତ୍କାର କରିଥିଲା ।

ଶିଶୁଟି ନିଜ ଘରକୁ ଫେରିବା ପରେ କାନ୍ଦି କାନ୍ଦି ତାଙ୍କ ମାକୁ ସବୁ କଥା କହିଥିଲା। ଏହା ପରେ ପୀଡିତାଙ୍କ ପରିବାର ଉକ୍ତ ବ୍ୟକ୍ତି ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ ବୋଲି ଜାତୀୟ ଗଣ ମାଧ୍ୟମରେ ପ୍ରକାଶ ପାଇଛି । ଥାନାରେ ଏତଲା ପରେ ଭାରତୀୟ ଦଣ୍ଡ ସଂହିତା ଆଇପିସି ଧାରା (376) ଓ ପୋକ୍ସୋ ଆକ୍ଟ ଅଧୀନରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଏବେ ପୋଲିସ ଉକ୍ତ ଘଟଣାର ତଦନ୍ତ ଜାରିରଖିଛି ।

Leave a Reply

Your email address will not be published. Required fields are marked *