କାରରୁ ୮୫ କେଜି ଗଞ୍ଜେଇ ଜବତ, ଚାଳକ ଗିରଫ

Spread the love

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ବିଦ୍ୟୁତ ସବଷ୍ଟେସନ ନିକଟରୁ ଆଜି ଏକ କାରରୁ ୮୫ କେଜି ଗଞ୍ଜେଇ ଜବତ କରିଛି । ଘଟଣାରେ କାର୍ ର ଚାଳକ ଗଜପତି ଜିଲ୍ଲା ମୋହନାର ଚନ୍ଦନ ମଲ୍ଲିକକୁ ଗିରଫ କରିଛି । ଗଜପତିରୁ ବ୍ରହ୍ମପୁର ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ସୂଚନା ମିଳିବା ପରେ ପୋଲିସର ଏକ ଟିମ୍ ଖେମୁଣ୍ଡି ମହାବିଦ୍ୟାଳୟ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ କାର୍ କୁ ଅଟକାଇ ଯାଂଚ୍ କରିଥିଲା । ଯାଞ୍ଚ୍ ବେଳେ କାର୍ ରୁ ୮୫ କେଜି ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢ଼ଉ ସମୟରେ ସେଠାରେ ଅତିରିକ୍ତ ତହସିଲଦାର ସନାତନ ମହାଳିକ ମଧ୍ୟ ଉପସ୍ଥିତ ଥିଲେ । ଏ ସଂକ୍ରାନ୍ତରେ ଦିଗପହଣ୍ଡି ଥାନାରେ କେସ୍ ନଂ ୨୩୮/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି ।

Leave a Reply

Your email address will not be published. Required fields are marked *