କଇଁଛ ଚାଲାଣ ବିଫଳ

Spread the love

ଜଳେଶ୍ବର: ଜଳେଶ୍ଵର ବନ ବିଭାଗକୁ ବଡ ସଫଳତ। କଇଁଛ ଚାଲାଣ ପଣ୍ଡ। ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୮୭ଟି କଇଁଛ ଉଦ୍ଧାର କରାଯିବା ସହ ଜଣକୁ ଗିରଫ କରାଯାଇଛି। ଏହି କଇଁଛ ସବୁକୁ ପଶ୍ଚିମ ବଙ୍ଗ ଚାଲାଣ କରାଯାଉଥିଲା।

ମଙ୍ଗଳବାର ବିଲମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇବା ପରେ ବନ ବିଭାଗର ୫ ଜଣିଆ ଟିମ୍ ରାଜଘାଟ ନାକା ପଏଣ୍ଟ ନିକଟରେ ଜଗିରହିଥିଲେ । ଏକ ବାଇକ୍ ଚାଳକ ଉପରେ ସନ୍ଦେହ ହେବାରୁ ଗାଡିକୁ ଅଟକାଇ ଯାଞ୍ଚ କରିଯାଇଥିଲା। ଯାଞ୍ଚ ସମୟରେ ବୁରା ବସ୍ତା ଏବଂ ଏଆର ବ୍ୟାଗ ରୁ ୮୭ ଟି କଇଁଛ ଜବତ କରାଯାଇଛି ଓ କଇଁଛ ଚାଲାଣ କରୁଥିବା ଯୁବକକୁ ଗିରଫ କରାଯାଇଛି। ଗିରଫ ଯୁବକଙ୍କ ଘର ପଶ୍ଚିମବଙ୍ଗ କୋଡିଆ ଗ୍ରାମରେ। ତାର ନାମ ଦେବବ୍ରତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *