ନଅ ବର୍ଷୀୟା ନାବାଳିକାଙ୍କ ଚରମ ପଦକ୍ଷେପ

Spread the love

ଚେନ୍ନାଇ: ବାପା ପାଠ ପଢିବାକୁ ତାଗିତ କରିବାରୁ କଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର  ପେରିୟାକୁପ୍ପମ୍ ଠାରେ । ଜଣେ ନଅ ବର୍ଷର ନାବାଳିକା ନେଇଛନ୍ତି ଏପରି ପଦକ୍ଷେପ । ମୃତ ନାବାଳିକାଙ୍କ ହେଉଛନ୍ତି ପ୍ରତୀକ୍ଷା ।

ମିଳିଥିବା ସୂଚନା ମୁତାବକ ମୃତ ପ୍ରତୀକ୍ଷା ବୁଧୁବାର ତାଙ୍କ ସାଙ୍ଗମାନଙ୍କ ସହ ଘର ନିକଟରେ ଖେଳୁଥିଲେ । ତାଙ୍କ ବାପା ଏଥିରେ ବିରକ୍ତ ହୋଇ ଘରକୁ ଯାଇ ପାଠ ପଢିବାକୁ କହିଥିଲେ । ନାବାଳିକା ଜଣକ ଏଥିରେ ରାଗିଯାଇ ଘରକୁ ଫେରି ଏକ ଟାୱେଲକୁ ପଙ୍ଖାରେ ଲଗାଇ ଝୁଲି ପଡିଥିଲେ । ତେବେ ଘଟଣା ସମୟରେ ପ୍ରତୀକ୍ଷାଙ୍କ ବାପା ବଜାର ଯାଇଥିବା ବେଳେ ସେ ଘରେ ଏକୁଟିଆ ଥିବାରୁ କେହି ଏସମ୍ପର୍କରେ କିଛି ଜାଣିପାରିନଥିଲେ ।

ମୃତକଙ୍କ ବାପା କୃଷ୍ଣମୂର୍ତ୍ତି ଘରକୁ ଫେରି କବାଟ ବାଡେଇବାରୁ ଝିଅ ପ୍ରତୀକ୍ଷା ଆଉ କବାଟ ଖୋଲିନଥିଲେ । କୃଷ୍ଣମୂର୍ତ୍ତି ଏଥିରେ ସନ୍ଦେହ କରି ଝରକା ପଟେ ଦେଖିବାରୁ ତାଙ୍କ ପାଦ ତଳୁ ସତେ କି ମାଟି ଖସି ଯାଇଥିଲା। କାହିଁକି ନା ସେତେବେଳେ ଆଉ ଝିଅ ପ୍ରତୀକ୍ଷା ଏ ଦୁନିଆରେ ନଥିଲା । ପ୍ରତୀକ୍ଷା ଇନଷ୍ଟାଗ୍ରାମରେ ଭିଡିଓ କରୁଥିବାରୁ ସେ ସେହି ଅଞ୍ଚଳରେ ଇନଷ୍ଟା କୁଇନ  ଭାବେ ବେଶ ଜଣାଶୁଣା ଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ତଦନ୍ତ ଆରମ୍ଭ କରିଛି ।  ପ୍ରତୀକ୍ଷାର ମୃତ୍ୟୁ ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  ।

Leave a Reply

Your email address will not be published. Required fields are marked *