କାବୁଲର ମସଜିଦରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ, ୪୦ରୁ ଅଧିକ ଆହତ

Spread the love

ଥରିଲା ଆଫଗାନିସ୍ତାନ l ରାଜଧାନୀ କାବୁଲରେ ହୋଇଛି ବଡ ଧରଣର ବୋମା ବିସ୍ଫୋରଣ । ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପାଖାପାଖି ୪୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ କାବୁଲର ଏକ ମସଜିଦରେ ଘଟିଛି। କାବୁଲର ଏମରଜେନ୍ସି ହସ୍ପିଟାଲରେ ମୋଟ୍ ୨୭ ଜଣଙ୍କୁ ଭର୍ତ୍ତି କରାଯାଇଛି ଏବଂ ଏଥିରେ ପାଞ୍ଚ ଜଣ ଶିଶୁ ସାମିଲ୍।
ସୂଚନା ଅନୁଯାୟୀ, କାବୁଲ ସହରର ସାର ଏ କୋଟଲା ଖୈରଖାନାରେ ଏହି ବୋମା ବିସ୍ଫୋରଣ ଘଟିଛି। କାବୁଲର ସୁରକ୍ଷା ବିଭାଗ ଖାଲିଦ ଜରଦାନ ବିସ୍ଫୋରଣ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପୂରା ଅଞ୍ଚଳକୁ ତାଲିବାନ ସିକ୍ୟୁରିଟି ଗାର୍ଡ ସିଲ୍ କରି ଦେଇଛନ୍ତି। ଆହତଙ୍କୁ କାବୁଲର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

Leave a Reply

Your email address will not be published. Required fields are marked *