BOMB

  • ରାଜଧାନୀ ସ୍କୁଲରେ ବୋମାର ଆତଙ୍କ

    ନୂଆଦିଲ୍ଲୀ: ସ୍କୁଲରେ ଘାରିଛି ବୋମା ଆତଙ୍କ । ରାଜଧାନୀ ଦିଲ୍ଲୀର ଏକ ସ୍କୁଲରେ ବୋମା ପାଇଁ ହଟଗୋଳ ପରିସ୍ଥିତି ଉପୁଜିଛି । ରାଜଧାନୀର ଇଣ୍ଡଆନ ସ୍କୁଲରେ ବୋମା ରହିବା କଥା ଇ-ମେଲ ଯୋଗେ ସୂଚନା ମିଳିଥିଲା । ଏଥିପାଇଁ  ସ୍କୁଲ ଏବଂ ଏହା ପରିସର  ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି । ଏନେଇ ସୂଚନା ଦେଇଛନ୍ତି ପ୍ରଶାସନିକ ଅଧିକାରୀ ବ୍ରିଜେଶ

    ସୂଚନା ପରେ ସ୍କୁଲ ପିଲାଙ୍କ ସୁରକ୍ଷା ପାଇଁ ସମସ୍ତ ପିଲାକୁ ସ୍କୁଲରୁ  ଉଦ୍ଧାର କରାଯାଇଛି ଏବଂ ପରେ ବୋମା ନିଷ୍କ୍ରିୟ ଅଧିକାରୀ ସ୍କୁଲେ ରେ ପହଞ୍ଚି ଆରମ୍ଭ କରଛି ଯାଞ୍ଚ । ସ୍କୁଲର ପ୍ରତି ଯାଗାକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ବୋମା ସ୍କ୍ୱାର୍ଡ ।

  • ରାଜଧାନୀରେ ପୁଣି ବୋମାମାଡ଼

    ରାଜଧାନୀରେ ପୁଣି ବୋମାମାଡ଼ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ମାଳିସାହି ଗାଁରେ ବୋମାମାଡ଼ ହୋଇଛି। ଏହି ବୋମାମାଡରେ ୨ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତିକରାଯାଇଛି । ସେପଟେ ଘଟଣା କୁ ନେଇ ଛାନବୀନ କରୁଛି କମିଶନରେଟ ପୋଲିସ । ବୋମାମାଡ କରିଥିବା ଯୁବକ ଜଣକ ଅକ୍ଷୟ ସାହୁ ବୋଲି ଜଣାପଡିଛି । ଅଭିଯୁକ୍ତ ଅକ୍ଷୟ ହେଉଛି ଜଣେ ପେଶାଦାର ଅପରାଧି । ଅକ୍ଷୟ ପ୍ରଥମେ ଏକ ଖାଲି ସ୍ଥାନରେ ବୋମା ବିସ୍ପୋରଣ କରିଥିଲା । ଏହା ଦେଖି ସ୍ଥାନୀୟ ଲୋକମାନେ ଅକ୍ଷୟକୁ ବିରୋଧ କରିଥିଲେ । ଅକ୍ଷୟ ଲୋକଙ୍କ ଠାରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କୁ ବୋମା ଫିଙ୍ଗି ଥିଲା । ଏଥିରେରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଖୁବଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି ।

  • କାବୁଲର ମସଜିଦରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ, ୪୦ରୁ ଅଧିକ ଆହତ

    ଥରିଲା ଆଫଗାନିସ୍ତାନ l ରାଜଧାନୀ କାବୁଲରେ ହୋଇଛି ବଡ ଧରଣର ବୋମା ବିସ୍ଫୋରଣ । ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପାଖାପାଖି ୪୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ କାବୁଲର ଏକ ମସଜିଦରେ ଘଟିଛି। କାବୁଲର ଏମରଜେନ୍ସି ହସ୍ପିଟାଲରେ ମୋଟ୍ ୨୭ ଜଣଙ୍କୁ ଭର୍ତ୍ତି କରାଯାଇଛି ଏବଂ ଏଥିରେ ପାଞ୍ଚ ଜଣ ଶିଶୁ ସାମିଲ୍।
    ସୂଚନା ଅନୁଯାୟୀ, କାବୁଲ ସହରର ସାର ଏ କୋଟଲା ଖୈରଖାନାରେ ଏହି ବୋମା ବିସ୍ଫୋରଣ ଘଟିଛି। କାବୁଲର ସୁରକ୍ଷା ବିଭାଗ ଖାଲିଦ ଜରଦାନ ବିସ୍ଫୋରଣ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ପୂରା ଅଞ୍ଚଳକୁ ତାଲିବାନ ସିକ୍ୟୁରିଟି ଗାର୍ଡ ସିଲ୍ କରି ଦେଇଛନ୍ତି। ଆହତଙ୍କୁ କାବୁଲର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

Back to top button