ଆଦିଲ୍- ଜଣେ ଆତଙ୍କବାଦୀ ତ ଜଣେ ଶହୀଦ୍

ପହଲଗାମ ଆତଙ୍କି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଭିତରେ ତିକ୍ତତା ବଢ଼ିବାରେ ଲାଗିଛି। କଶ୍ମୀରରେ ଲସ୍କର-ଏ-ତୋଏବାର ୨ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡ଼ାଇଦେଇଛି ସେନା। ବୁଲଡୋଜର ଆକ୍ସନ ହୋଇଛି। ଆତଙ୍କି ଆଦିଲର ଘରେ ବୁଲଡୋଜର ଚଳାଇ ମାଟିରେ ମିଶାଇଦିଆଯାଇଛି। ତ୍ରାଲରେ ସକାଳେ ଆସିଫ୍ ଶେଖ୍ ଓ ଅନନ୍ତନାଗର ବିଜବେହେରାରେ ଆଦିଲ୍ ଠାକେର ଘରେ ସର୍ଚ୍ଚ ଅପରେସନ ଚାଲିଥିଲା। ଅପରେସନ ବେଳେ ଦୁହିଁଙ୍କ ଘରେ ବିସ୍ଫୋରକ ସାମଗ୍ରୀ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ଜବାନ ପଛକୁ ହଟିବା ପରେ ବିସ୍ଫୋରଣ ହୋଇଥିଲା। ପହଲଗାମ ଆତଙ୍କି ଆକ୍ରମଣ ପଛରେ ଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଥିଲା ପୁଲିସ। ଏଥିରେ ଆଦିଲ୍ ଓ ଦୁଇ ପାକିସ୍ତାନୀ ଅଲ୍ଲୀ ବହି ଓ ହାସିମ ମୁସାଙ୍କ ସଂପୃକ୍ତି ଜଣାପଡ଼ିଥିଲା। ଆଦିଲ୍ ୨୦୧୮ରେ ଅଟାରୀ-ଓ୍ୱାଘା ସୀମା ଦେଇ ପାକିସ୍ତାନ ଗସ୍ତ କରିଥିଲା। ପାକିସ୍ତାନ ରହଣି ବେଳେ ସେ ଆତଙ୍କି ତାଲିମ୍ ନେଇଥିଲା। ପାକିସ୍ତାନରୁ ଫେରିବା ପରେ ଲୋ ପ୍ରୋଫାଇଲ୍ ଜୀବନ ବିତାଉଥିଲା ଆଦିଲ୍। ଦକ୍ଷିଣ କଶ୍ମୀରରେ ଅଳ୍ପ ସମୟ ରହିଥିଲା। ବିନା ବଡ଼ ଅପରେସନରେ ସେ କୌଣସି ଆତଙ୍କି କାର୍ଯ୍ୟକଳାପରେ ନିଜକୁ ପ୍ରତ୍ୟକ୍ଷ ଭାବେ ଦୂରେଇ ରଖୁଥିଲା। ଆଦିଲ୍ ଭଲ ଭାବେ ଜାଣିଥିଲା, ପାହାଲଗମ ଓ ବୈସରନ ଘାଟି କେମିତି ଘଞ୍ଚ ପାଇନ୍ ଜଙ୍ଗଲରେ ଘେରା ରହିଛି। ସେଠାରେ ସୁରକ୍ଷା ବ୍ୟବସ୍ଥା ଢିଲା ଅଛି। ଆଉ ଏହି ଜ୍ଞାନ ହିଁ ଆତଙ୍କବାଦୀଙ୍କୁ ନିଜର ଟାର୍ଗେଟ ପୂରଣ କରିବାରେ ବେଶ୍ ସାହାଯ୍ୟ କରିଥିଲା। ପୁଲିସର ଅନୁମାନ ରହିଛି ଯେ, ଆଦିଲ୍ ହିଁ ପୁରା ପ୍ରକରଣକୁ ସଫଳ କରାଇବାରେ ମୁଖ୍ୟ ମାଷ୍ଟରମାଇଣ୍ଡ୍ ଥିଲା।ସେପଟେ ଆଉ ଜଣେ ଆଦିଲ୍ ଶହୀଦର ମାନ୍ୟତା ପାଇଛନ୍ତି। ପହଲଗାମରେ ପର୍ଯ୍ୟଟକଙ୍କୁ ଘୋଡ଼ା ସବାରିରେ ନେଇଥିବା ସୟେଦ୍ ଆଦିଲ ହୁସୈନଙ୍କ ବୀରତା ଓ ବାହାଦୁରିକୁ ନେଇ ଚାରିଆଡ଼ୁ ପ୍ରଂଶସାର ସୁଅ ଛୁଟିଛି। ଆତଙ୍କବାଦୀଙ୍କ ହାତରୁ ବନ୍ଧୁକ ଛଡ଼ାଇବାକୁ ପ୍ରୟାସ କରିଥିଲେ ଆଦିଲ୍। ପର୍ଯ୍ୟଟକଙ୍କୁ ରକ୍ଷା କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଆତତାୟୀ ତାଙ୍କୁ ଗୁଳି କରି ମାରିଦେଲେ। ତିନୋଟି ଗୁଳି ଛାତିରେ ଓ ଗୋଟିଏ ଗୁଳି ଗଳାରେ ବାଜିଥିଲା। ଆଦିଲ୍ ସ୍ଥାନୀୟବାସିନ୍ଦା ଥିଲେ। ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଘୋଡ଼ା ଚାଳକଙ୍କ ଅନ୍ତିମ ଯାତ୍ରାରେ ସାମିଲ୍ ହୋଇଥିଲେ। ଆଦିଲଙ୍କ ପରିବାର ସହ କଥା ହୋଇ ସମବେଦନା ଜଣାଇଥିଲେ। ଆଉ ପରିବାରକୁ ସବୁ ପ୍ରକାର ସହଯୋଗ ଦେବାକୁ କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଓମାର୍। ଆଦିଲ୍ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ।ଜଣେ ଆଦିଲ୍ ଆତଙ୍କବାଦ କାର୍ଯ୍ୟକଳାପରେ ସହଯୋଗ କରି ରକ୍ତର ହୋଲି ଖେଳିଲା। ଆଉ ଜଣେ ଆଦିଲ୍ ଆତଙ୍କବାଦୀଙ୍କ ସହ ଲଢ଼ି ରକ୍ତ ବୁହାଇଦେଲା। ସେଥିଲାଗି ଆତଙ୍କବାଦୀର ନା କୌଣସି ଧର୍ମ ଅଛି ନା ନୀତି ନା ମାନବିକତା ବୋଲି କୁହାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *