ମିଛ ମାମଲାକାରୀଙ୍କୁ ସଜା ମିଳୁ- ରବି କିଷାନ

ମିଛ ମାମଲାକୁ ନେଇ ସଂସଦରେ ବିଜେପି ସାଂସଦ ରବି କିଷାନଙ୍କ ଉଦବେଗ। ମିଛ ମାମଲାକାରୀଙ୍କୁ ସଜ୍ଜା ଦେବାକୁ ଆଇନ ଆସୁ। ସଂସଦରେ ଏଭଳି ଦାବି କରିଛନ୍ତି ରବି। ଯିଏ ପାରିଲା ଯାହା ବିରୁଦ୍ଧରେ ମାମଲା କରିଦେଉଛି। ପଛରେ ଏ ମାମଲା ମିଛ ସାବ୍ୟସ୍ତ ହେଉଛି। ଆଉ ଯାହା ବିରୁଦ୍ଧରେ ମିଛ ମାମଲା ହେଉଛି, ତାହାର ମାନସିକ ଓ ସାମାଜିକ ପ୍ରତିପତ୍ତି କ୍ଷୁର୍ଣ୍ଣ ହେବା ସହ ସେ ଆର୍ଥିକ ସ୍ତରରେ ବି କ୍ଷତି ସହୁଛି। ଶୂନ୍ୟକାଳରେ ସାଂସଦ ରବି କହିଛନ୍ତି, ଏଭଳି ମିଛ ମାମଲାକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହେଲେ ସମାଜରେ ମିଛ ମାମଲା କେଳେଙ୍କାରୀକୁ ରୋକି ହୁଅନ୍ତା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୨୪୮ରେ ନିର୍ଦୋଷ ଲୋକଙ୍କୁ ମିଛ ମାମଲାରେ ଫସାଇଥିବା ବ୍ୟକ୍ତିଙ୍କ ଉପରେ ମାମଲା କରିବାର ଅଧିକାର ଦେଉଛି। ଏଥିରେ ୫ରୁ ୧୦ ବର୍ଷ ଯାଏ ସଜା ହୋଇପାରେ। କିନ୍ତୁ ନୂଆ ମାମଲା ପ୍ରାଥମିକ ତଦନ୍ତ, ଚାର୍ଜସିଟ୍, ପ୍ରମାଣ, ସାକ୍ଷୀ, ତର୍କ ପ୍ରକ୍ରିୟାରେ ଯାଇ ନ୍ୟାୟ ପାଇଲାବେଳକୁ ଅନେକ ବର୍ଷ ଲାଗିଯିବ। ଯଦି ଭୁଲ୍ କରିଛ, ଅପରାଧ କରିଛ, ତାହେଲେ ସଜା ମିଳୁ। କିନ୍ତୁ କୌଣସି ଭୁଲ୍ କରିନଥିବା ସତ୍ତ୍ୱେ ମକଦ୍ଦମା କରିଥିବା ବ୍ୟକ୍ତି ଆରାମରେ ରୁହେ। କିନ୍ତୁ ମାମଲା ଖାଇଥିବା ଲୋକଟିର ଝିଅ ଓ ଭଉଣୀର ବିବାହ ଅଟକିଯାଏ। ଆର୍ଥିକ ବୋଝରେ ଚାପି ହୋଇଯାଏ। ଆଇନର ଦୁରୁପଯୋଗ କରି ଏଭଳି ମିଛ ମାମଲା ଦାୟର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ହେବା ଦରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *