ଉଦ୍ୟାନ ପାଲଟିଛି ଜଙ୍ଗଲୀ ଜନ୍ତୁଙ୍କ ଆଡ୍ଡାସ୍ଥଳୀ

Spread the love

କେନ୍ଦ୍ରାପଡା: ଲୋକମାନଙ୍କ ମନୋରଞ୍ଜନ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଉଦ୍ୟାନ ନିର୍ମାଣ କରୁଛନ୍ତି । ହେଲେ କିଛି ସ୍ଥାନରେ ରକ୍ଷଣାବେକ୍ଷଣା ଅଭାବରୁ ଘଞ୍ଚ ଜଙ୍ଗଲ ପାଲଟିଛି । ତ ଆଉ କେଉଁଠି ଏହା ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଆଡ୍ଡାସ୍ଥଳୀ ପାଲଟିଛି।  ଉଦ୍ୟାନର ଶୋଭା ବର୍ଦ୍ଧନ କରୁଥିବା ବିଭିନ୍ନ ସାମଗ୍ରୀ ଖତ ଖାଉଛି । ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ଉଦ୍ୟାନ ପାଲଟିଛି ଜଙ୍ଗଲୀ ଜନ୍ତୁଙ୍କ ଆଡ୍ଡାସ୍ଥଳୀ। କେନ୍ଦ୍ରାପଡା ଜିଲ୍ଲାରେ ନିର୍ମିତ ହୋଇଥିବା ବିଭିନ୍ନ ଗ୍ରାମ୍ୟ ଉଦ୍ୟାନ ଗୁଡିକ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ। କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଉଦ୍ୟାନ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଏ ହେଉଛି ଚାନ୍ଦୋଳ ପଂଚାୟତର ଉତ୍କଳମଣି ଗୋପବନ୍ଧୁ ଗ୍ରାମୀଣ ପ୍ରମୋଦ ଉଦ୍ୟାନର ଚିତ୍ର। ପ୍ରାୟ ୧୨ ଲକ୍ଷ ଟଙ୍କାରେ ନିର୍ମିତ ଏହି ଉଦ୍ୟାନ ଉଦଘାଟନ ହେବାର ବର୍ଷଟି ଏ ବି ପୂରିନି । କିନ୍ତୁ ଏହା ଶ୍ମଶାନର ଭ୍ରମ ସୃଷ୍ଟି କରୁଛି । ଉଦ୍ୟାନ ଭିତରେ ଛେଳି ଚରୁଛନ୍ତି । ପିଲାମାନଙ୍କ ପାଇଁ ଥିବା ବିଭିନ୍ନ ଖେଳ ସାମଗ୍ରୀ କାମ କରୁନି । କେବଳ ଏହି ଗୋଟିଏ ପାର୍କ ନୁହେଁ , ଖମୋଳ ପଂଚାତର ସଲାରୋ ଗାଁରେ ଥିବା ପାର୍କ ଏବଂ ଖଣ୍ଡସାହି ଅନୁଆପଡା ଛକରେ ଥିବା ପାର୍କରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି।  ପାର୍କ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପାର୍କରେ ବୁଲିବା ତ ଦୂର କଥା  କିନ୍ତୁ ପାର୍କରେ ପାଦ ପକାଇବା ବି ଲୋକେ ଭୟ କରୁଛନ୍ତି।  

ସେପଟେ ଏ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ପଂଚାୟତ ଉପରକୁ ଦାୟିତ୍ଵ ଖସେଇ ଦେଇଛନ୍ତି । ତେବେ ନିର୍ଦ୍ଦିଷ୍ଟ ଫଣ୍ଡ ନଥିବାରୁ ପାର୍କର ରକ୍ଷଣାବେକ୍ଷଣ ହୋଇ ପାରୁନି ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି ।…

ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *