ଗଞ୍ଜାମ: ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଅଭାବନୀୟ ଘଟଣା। ଘରେ ପଶି ଲୁଟ କରିବା ପରେ ବୃଦ୍ଧାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ମୃତ ବୃଦ୍ଧା ଜଣଙ୍କ ହେଲେ ବି. ଆଡ଼ି ପାତ୍ର ବୟସ ୭୦ ବର୍ଷ। ଗତ କାଲି ବିଳମ୍ୱିତ ରାତିରେ ଦୃବୃତ୍ତମାନେ ଘରେ ପଶି ଆଡିଙ୍କୁ ହତ୍ୟା କରିବା ସହ ସେ ଲଗେଇଥିବା ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁବୃତ୍ତମାନେ କାନ ଫୁଲ ଏବଂ ନାକ ଫୁଲ ଟାଣି ନେବାରୁ ନାକ ଓ କାନ ଛିଣ୍ଡିଯାଇ ରକ୍ତ ସ୍ରାବ ହୋଇଛି। ବୃଦ୍ଧାଙ୍କ ୩ ଭରିରୁ ଉର୍ଦ୍ଧ୍ବ ସୁନା ଓ ଆଲମାରିରୁ ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୃର୍ବୃତ୍ତ। ଘଟଣା ସ୍ଥଳରେ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now