କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ରାଜପଥ କଡରେ ଟିକର ଠାରୁ ମସୁଦପୁର ମଧ୍ୟରେ ୩୩ କେଭି ବିଦ୍ୟୁତ ଖୁଣ୍ଟ (୧୩ ମିଟର ଲମ୍ବ) ପୋତାଯାଇଥିବା ବେଳେ ବୁଧବାର ରାତ୍ରୀରେ କେହି ଦୃର୍ବୃତ ୨ଟି ପୋତାଯାଇଥିବା ଖୁଣ୍ଟକୁ ଗ୍ୟାସ କଟରରେ କାଟି ଦେଇ ନେବା ପୂର୍ବରୁ ସିକ୍ୟୁରିଟ ଆସିବାରୁ ଛାଡିପଳାଇଛନ୍ତି । ପ୍ରତି ଖୁଣ୍ଟକୁ ୫ ପିସର ଛୋଟ ସାଇଜ କରାଯାଇଛି । ଏକ ପିକଅପ ଭ୍ୟାନରୁ ୬ଜଣ ଆସି ରାତ୍ରୀରେ ଗ୍ୟାସ କଟର ଲଗାଇ ଚୋରି କରିଥିଲେ । ଠିକାସଂସ୍ଥା ପକ୍ଷରୁ ନିଯୁକ୍ତ ସିକ୍ୟୁରିଟ ରାସ୍ତାର ବିପରୀତ ଦିଗରୁ ଗାଡି ଦେଖି ହୁଇସିଲ ମାରିବାରୁ ଗ୍ୟାସ ସିଲିଣ୍ଡର ଛାଡି ଦୃର୍ବୃତ ମାନେ ପଳାଇଥିଲେ । ଏନେଇ ପାଣିକୋଇଲି ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ତଦନ୍ତ ବେଳେ ଗ୍ୟାସ ସିଲିଣ୍ଡରଟି ରହିଥିବା ବେଳେ ଦୁଇଟି ଖୁଣ୍ଟକୁ କାଟି ୫ ପିସ ଲେଖାଁଏ କରାଯାଇଥିବା ଦେଖିବାକୁ ପାଇଥିଲା । ହେଲେ ଚୋର ମାନେ ୫ପିସ କରାଯାଇଥିବା ଖୁଣ୍ଟକୁ ରାସ୍ତାକୁ ଆଣିଥିଲେ ମଧ୍ୟ ଏହାକୁ ନେଇ ପାରିନଥିଲେ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now