ପୁଣି ନୁହରେ ଖଣି ମାଫିଆଙ୍କ ଆତଙ୍କ

Spread the love

ନୁହ: ଡେପୁଟି ସୁପେରିଣ୍ଟେଣ୍ଡେଣ୍ଟ ଅଫ ପୁଲିସ ବା ଡିସିପିଙ୍କ ହତ୍ୟାର ମାସ କେଇଟା ପରେ ପୁଣି ଖଣି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛି ପୁଲିସ, ଖଣି ବିଭାଗ ଓ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ବା ଆରଟିଏ ଏକ ମିଳିତ ଟିମ। ଶୁକ୍ରବାର ହରିଆଣାର ନୁହ ଜିଲ୍ଲାରେ ବେଆଇନ ଖଣି ଖନନ ସାଇଟରେ ମିଳିତ ଟିମର ଚଢାଉ ବେଳେ ଖଣି ମାଫିଆ ଆକ୍ରମଣ କରିଥିବା ପୁଲିସ ପକ୍ଷରୁ ସୂଚନା ରହିଛି।

ନୁହର ବେଆଇନ ଖଣି ସାଇଟରେ ଚଢାଉ ବେଳେ କିଛି ଅଜଣା ବ୍ୟକ୍ତି ଟିମ ଉପରେ ଆକ୍ରମଣ କରିଥିଲେ। ଏହାକୁ ନେଇ ୫ ଜଣ ପରିଚିତ ଓ ୪୦-୫୦ ଅଜ୍ଞାତ ଲୋକଙ୍କୁ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୩ଟି ଚାଇନା ମାଟିର ମେସିନ ଜବତ ହୋଇଥିବା ନୁହ ପୁଲିସ ଏଏସପି ସୂଚନା ଦେଇଛନ୍ତି।

ପୂର୍ବରୁ ଜୁଲାଇ ୧୯ ତାରିଖରେ ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇ ଚଢାଉ ପାଇଁ ଯାଇଥିବା ବେଳେ ତାଙ୍କ ଉପରେ ମାଫିଆମାନେ ଟ୍ରକ୍ ଚଢାଇ ହତ୍ୟା କରିଥିଲେ। ଏହି ଘଟଣାରେ ମୋଟ ୯ ଜଣଙ୍କୁ ଗିରଫ କରାଯାଇଥିଲା। ହରିଆଣାର ଟାଉରୁର ସାବିରକୁ ଡିସିପି ହତ୍ୟାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା ଏନକାଉଣ୍ଟର ପରେ।

ଘଟଣା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଡିସିପି ବିଷ୍ଣୋଇଙ୍କ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିବା ସହ ଅଭିଯୁକ୍ତମାନଙ୍କୁ କୌଣସି ବି ପରିସ୍ଥିତିରେ ଛଡାଯିବ ନାହିଁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *