କୋଲକାତା କାଣ୍ଡ ନେଇ ପ୍ରତିବାଦର ସ୍ୱର ;ଦୁଷ୍କର୍ମ ବିରୋଧୀ ବିଲ୍ ଆଣିଛନ୍ତି ପଶ୍ଚିମବଙ୍ଗ ସରକାର

କୋଲକାତା କାଣ୍ଡ ନେଇ ପ୍ରତିବାଦର ସ୍ୱର ଥମୁନି। କି ରାଜନୀତି କମୁନି। ସିବିଆଇ ତନାଘନା ଜାରି ରଖିବା ଭିତରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକି ଦୁଷ୍କର୍ମ ବିରୋଧୀ ବିଲ୍ ଆଣିଛନ୍ତି ପଶ୍ଚିମବଙ୍ଗ ସରକାର। ସର୍ବସମ୍ମତ କ୍ରମେ ପାରିତ ବିଧେୟକରେ ଦୁଷ୍କର୍ମକାରୀଙ୍କୁ ଫାଶୀ ନଚେତ୍ ବିନା ପାରୋଲରେ ଆଜୀବନ କାରାଦଣ୍ଡର ପ୍ରାବଧାନ ରହିଛି। ସେପଟେ ଦୀର୍ଘ ଦିନ ପଚରାଉଚୁରା ପରେ ଡାକ୍ତର ସନ୍ଦୀପ ଘୋଷଙ୍କୁ ସୋମବାର ଗିରଫ କରିଥିଲା ସିବିଆଇ। ତଥାପି ପ୍ରତିବାଦର ସ୍ୱର ଥମିବାର ନାଁ ଧରୁନି।

କୋଲକାତା ଆରଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରତିବାଦର ନିଆଁ କମୁନି କି ରାଜନୀତି ଥମୁନି। ଜୁନିଅର ଡାକ୍ତର ପୁଲିସ ମୁଖ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦାବିକୁ ଶାଣିତ କରିବାରେ ଲାଗିଛନ୍ତି। ସିବିଆଇ ଗୋଟିଏ ପଟେ ଏହି ଘଟଣାକୁ ନେଇ ତନାଘନା ଓ ଆକ୍ସନ ମୁଡରେ ଥିଲା ବେଳେ ସେପଟେ ପଶ୍ଚିମବଙ୍ଗ ସରକାର ବି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଆଣିଛନ୍ତି ଦୁଷ୍କର୍ମ ବିରୋଧୀ ବିଧେୟକ। ଦୁଇ ଦିନିଆ ଅଧିବେଶନରେ କୋଲକାତା କାଣ୍ଡକୁ ନେଇ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା ଗୃହରେ। ଏହା ପୂର୍ବରୁ ମମତା ସରକାର ଏହି ବିଲ୍‌ ଅପରାଜିତା ମହିଳା ଏବଂ ଶିଶୁ ଆଇନ ସଂଶୋଧନ ୨୦୨୪ ରୂପରେ ଉପସ୍ଥାପିତ କରିଥିଲେ। ଯେଉଁଠି ଦୋଷୀଙ୍କୁ ୧୦ ଦିନ ଭିତରେ ଫାଶୀର ସଜ୍ଜାକୁ ସୁନିଶ୍ଚିତ କରିବାର ପ୍ରାବଧାନ ଥିଲା। ଏହି ବିଧେୟକରେ ମହିଳା ଉତ୍ପୀଡ଼ନ ଓ ବଳାତ୍କାର ମାମଲାରେ କଠୋର ସଜ୍ଜା ଦିଆଯିବ। ପୋକ୍ସୋ ଅଧିନିୟମର ପ୍ରାବଧାନକୁ କଡ଼ା କରିଦିଆଯାଇଛି। ଦୁଷ୍କର୍ମକାରୀଙ୍କ ଲାଗି ଯଦି ପୀଡ଼ିତାଙ୍କ ମୃତ୍ୟୁ ହୁଏ କି ପୀଡ଼ିତା ଗଭୀର ମାନସିକ ଯନ୍ତ୍ରଣାର ଶୀକାର ହୁଅନ୍ତି। ତେବେ ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦେବାର ପ୍ରାବଧାନ ରଖାଯାଇଛି। ବିଧେୟକ ମୁତାବକ, ଅପରାଜିତା ଟାସ୍କ ଫୋର୍ସ ଗଠନ ହେବ। ଏଥିରେ ପ୍ରାରମ୍ଭିକ ରିପୋର୍ଟର ୨୧ ଦିନ ଭିତରେ ସଜ୍ଜା ଦିଆଯିବ। ନର୍ସ ଓ ମହିଳା ଡାକ୍ତର କାମ କରୁଥିବା ଜାଗାକୁ କଭର କରାଯିବ। ସିସିଟିଭି ଲଗାଯିବ। ଏଥିଲାଗି ରାଜ୍ୟ ସରକାର ୧୨୦ କୋଟି ଟଙ୍କାର ମଞ୍ଜୁରୀ ଦେଇଛନ୍ତି। ରାତ୍ରି ସାଥୀର ପ୍ରାବଧାନ କରାଯାଇଛି ବିଧେୟକରେ। ଯେଉଁଠି ମହିଳା ୧୨ ଘଣ୍ଟା ଡ୍ୟୁଟି କରିବେ। ଆଉ ଆବଶ୍ୟକତା ଥିଲେ ଡାକ୍ତର ନିଜର ଡ୍ୟୁଟି ସମୟ ବଢ଼ାଇପାରିବେ। ରାତିରେ କାମ କରୁଥିବା ମହିଳାଙ୍କୁ ପୁରା ସୁରକ୍ଷା ଦିଆଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସିବିଆଇରୁ ନ୍ୟାୟ ଦରକାର। ବଙ୍ଗ ପୁଲିସ ୧୨ ଘଣ୍ଟା ଭିତରେ ଅଭିଯୁକ୍ତକୁ ବାନ୍ଧିଥିଲା। ବିରୋଧୀ ଦଳ ବିଧେୟକରେ ସଂଶୋଧନ ଆଣିବାକୁ କହୁଛନ୍ତି। କିନ୍ତୁ ଏହି ବିଲ୍ ଉପରେ ଆଗ ରାଜ୍ୟପାଳ ମୋହର ଲଗାନ୍ତୁ। ବିଏନଏସ ଆଇନରୁ ଅପରାଜିତା ଆଇନ ଅଧିକ ଶକ୍ତ ଓ କଠୋର। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଥିଲେ, ଟିଏମସି ତରବରିଆ ଭାବେ ଏହି ବିଲ୍ ଆଣୁଛି। ବିଲ୍‌କୁ ସମର୍ଥନ କରୁଛୁ। କିନ୍ତୁ ବିଲକୁ ଜଲଦି ଲାଗୁ କରନ୍ତୁ ସରକାର। ବିଲ୍‌ରେ ଯଦିଓ କିଛି ନୂଆ ନାହିଁ, ତଥାପି ଏହା ଉପରେ ପ୍ରଶ୍ନ କରୁନୁ। ବିଲକୁ ଲାଗୁ ଲାଗି ଗ୍ୟାରେଣ୍ଟି ଚାହୁଁଛୁ।

ସେପଟେ ଡାକ୍ତର କଂସେଇ ହୋଇଗଲେଣି ବୋଲି ଟିଏମସି ନେତା ଦେଇଥିବା ବୟାନକୁ ନେଇ ଡାକ୍ତର ସଂଘ ଗଣ୍ଠି କରିଥିଲା। ବିଧାୟକ ଅରୁନ୍ଧତୀ ମିତ୍ର ଡାକ୍ତର ଆନ୍ଦୋଳନରୁ ରୋଗୀ ସେବା ବ୍ୟାହତ ହେଉଥିବା ଦର୍ଶାଇ ଏଭଳି ବୟାନ ଦେଇଥିଲେ। ଆନ୍ଦୋଳନ ନାଁରେ ଗରିବ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ଡାକ୍ତର ବୋଲି କହିଥିଲେ ଅରୁନ୍ଧତୀ। ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନ ଥମୁନି। ସିବିଆଇ ସୋମବାର ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଥିଲା। ମେଡିକାଲ କଲେଜରେ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ବାନ୍ଧିଛି।

ଆରଜି କର ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତନାଘନା ଜାରି ରଖିଥିଲା ବେଳେ ଦିଦି ବି ବିଧାନସଭାରେ ଦୁଷ୍କର୍ମ ବିରୋଧୀ ବିଲ୍ ଆଣି ପୀଡ଼ିତାଙ୍କୁ ନ୍ୟାୟ ଦେବା ସକାଶେ ଅଣ୍ଟା ଭିଡ଼ିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *