ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ,ଜେଲ ଗଲେ ୧୦ ଜଣ ଅଭିଯୁକ୍ତ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା। ଯାଜପୁର-କୁଆଖିଆ ରାସ୍ତାର ବୁଢାଘାଟରେ ବିଧାୟକଙ୍କୁ ଗାଡ଼ିକୁ ଅତର୍କିତ ଟେକାପଥର ମାଡ଼ ସହ ଗାଡ଼ି ଭିତରେ ବସିଥିବା ବେଳେ ମାଡ଼ ମାରିଥିଲେ କିଛି ଯୁବକ। ଏହା ପଛରେ ବବି ଦାସଙ୍କ ହାତ ଥିବା ଆରୋପ ଲଦିଛନ୍ତି ବିଧାୟକ। ବିଜେଡି-ବିଜେପି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତିରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସେପଟେ ବିଧାୟକଙ୍କ ପିଏସଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ । ଗିରଫ ପରେ ଯାଜପୁର ଏସଡିଜେଏମ କୋର୍ଟରେ ହାଜର। ଜାମିନ ନାମଞ୍ଜୁର ପରେ ଜେଲ୍ ଗଲେ ୧୦ ଅଭିଯୁକ୍ତ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *