ପରକୀୟା ପ୍ରୀତିର ନିଶା ସାଙ୍ଘାତିକ। ନିଜର ନାବାଳକ ଦୁଇ ଛୁଆଙ୍କୁ ଚେଙ୍କ ଦେବାକୁ ପଛାଇଲାନି ମାଆ। ତା ପୁଣି ପ୍ରେମିକର କଥାରେ। ମୈତ୍ରିବିହାର ଥାନା ଅନ୍ତର୍ଗତ ମହାବୀର ବସ୍ତିରେ ଘଟିଥିବା ଏହି ଘଟଣା ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ପିଲା ଦୁଇଟିର ବାପା ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ମାଆଙ୍କୁ ବାନ୍ଧିଛି ପୁଲିସ। ପ୍ରେମିକକୁ ଅଟକ ରଖି ତନାଘନା ଆରମ୍ଭ କରିଛି ପୁଲିସ୍।
ପତ୍ନୀର ପରକୀୟା ପ୍ରୀତିକୁ ନେଇ ରୀତିମତ ହେଉଥିଲା ଝଗଡ଼ା। ସ୍ୱାମୀଙ୍କର ଅନୁପସ୍ଥିତିରେ ଘରକୁ ଜଣେ ଯୁବକ ଆସୁଥିଲା। ହେଲେ ଏଥର ସବୁ ସୀମା ପାର୍ ହୋଇଗଲା। ପ୍ରେମିକ ପାଇଁ ସ୍ୱାମୀ ସହ ଝଗଡ଼ାର ନିଆଁ ପିଲାଙ୍କ ଉପରେ ବି ଦାଉ ସାଧିଲା। ଯୁବକ କଥାରେ ପଡ଼ି ନିଜ ଦୁଇ ନାବାଳକ ପିଲାଙ୍କୁ ତତଲା ତାଓ୍ୱାରେ ଚେଙ୍କ ଦେବାକୁ ପଛାଇଲାନି ମାଆ। ଯୁବକର ଉପସ୍ଥିତିରେ ପିଲାଙ୍କୁ ଘର ବାହାରକୁ ଯିବା ଲାଗି କୁଆଡ଼େ କହିଥିଲେ ମାଆ। କିନ୍ତୁ ଘର ବାହାରକୁ ନ ଯିବାରୁ ରାଗରେ ମା ପିଲା ଦୁଇଟି ଶରୀରର ଏକାଧିକ ସ୍ଥାନରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି ଥାନାରେ। ମୈତ୍ରୀବିହାର ଥାନାରେ ପିଲାଙ୍କ ବାପା ଏତଲା ଦେବା ପରେ ଅଭିଯୁକ୍ତା ମାଆକୁ ଗିରଫ କରିଛି ପୁଲିସ।
ମୈତ୍ରୀବିହାର ଥାନା ଅନ୍ତର୍ଗତ ମହାବୀର ବସ୍ତିରେ ଏଭଳି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ପ୍ରେମ ଲାଗି ପିଲା ବି ଗୌଣ ହୋଇଗଲେ। ପ୍ରେମିକ କଥାରେ ପଡ଼ି ପିଲା ଦୁଇଟିଙ୍କୁ ନିର୍ଯାତନା ଦେବାକୁ ପଛାଇଲାନି ମାଆ।
ପ୍ରେମିକକୁ ଅଟକ ରଖି ପଚରାଉଚୁରା କରିଛି ପୁଲିସ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତନାଘନା ଆରମ୍ଭ କରିଛି ପୁଲିସ୍।
Naxatra News is now on Whatsapp
Join and get latest news update delivered to you via whatsapp
Join Now