ଆସ୍କାରେ ନିର୍ବାଚନ ପରବର୍ତ୍ତୀ ହିଂସା। ଧରାକୋଟ ଥାନାର ସୁନ୍ଦିପଲ୍ଲୀ ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଥିଲା। ଗାଁର ୩୫ ବର୍ଷୀୟ ଯୁବକ ମିଟୁ ବିଶୋୟୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ମିଟୁଙ୍କ ମୁଣ୍ଡ ଓ ଗୋଡ଼କୁ ହଣା ଯାଇଥିବା ଦାଗ ରହିଛି।
ମିଟୁଙ୍କ ମା କହିବା ଅନୁଯାୟୀ ଗତ 2024 ସାଧାରଣ ନିର୍ବାଚନରେ ମିଟୁ ଗାଁ ରେ କଂଗ୍ରେସ ଦଳ ପକ୍ଷରେ ଥିଲେ। ଗାଁ ରେ ପୂର୍ବରୁ କଂଗ୍ରେସ ଓ ବିଜେଡି ଦୁଇଟି ଗୋଷ୍ଠି ରହିଥିଲେ। ଗତ 4 ତାରିଖରେ ଫଳା ଫଳ ବାହାରିବା ପରେ ମିଟୁ ସହ ବିଜେଡି କର୍ମୀ କାଳୁ ନାୟକ ପାଟି ତୁଣ୍ଡ କରିଥିଲେ। ଗତକାଲି ରାତ୍ରରେ ମିଟୁ ଗ୍ରାମର ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ କାଳୁ ମିଟୁ ଉପରକୁ ଆକ୍ରମଣ କରିଥିଲା ଓ ତାଙ୍କୁ ଏକ ଠେଙ୍ଗା ଓ କୌଣସି ଧାରୁଆ ଅସ୍ତ୍ର ରେ ପିଟି ପିଟି ରକ୍ତାକ୍ତ କରି ଦେଇଥିଲେ। ମିଟୁଙ୍କ ଘର ଲୋକ ଖବର ପାଇବା ପରେ ମିଟୁଙ୍କ ମା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେ ଆକଟ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଶେଷରେ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ମିଟୁଙ୍କୁ ଛାଡି ପଳାଇଥିଲା ଦୁବୃତ୍ତ । ମିଟୁଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ମେଡିକାଲ କୁ ନିଆ ଯାଇଥିଲା ।ସେଠାରେ ଚିକିତ୍ସା କରି ଆଜି ଘରକୁ ଆଣିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି।
ତେବେ ଘଟଣାସ୍ଥଳରେ ବଡ଼ଗଡ଼ ପୁଲିସ ଓ ଧରାକୋଟ ପୁଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now