ବିହାର: ମଦ ମାଫିଆଙ୍କ ଆକ୍ରମଣରେ ପୁଲିସ ଆହତ

Spread the love

ଭୋଜପୁର: ବିହାରରେ ଅବକାରୀ ଓ ପୁଲିସ ଉପରେ ମଦମାଫିଆଙ୍କ ଅତର୍କିତ ଆକ୍ରମଣ। ଶନିବାର ଦିନ ହୋଇଥିବା ରେଡ ବେଳେ ରାଜ୍ୟର ଏକାଧିକ ସ୍ଥାନରୁ ଏପରି ଖବର ଆସୁଛି। ବହୁ ପୁଲିସ ଗାଡି ମଧ୍ୟ ମଦ ମାଫିଆଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି।

ନିଷିଦ୍ଧ ମଦ ପ୍ରସ୍ତୁତ ନେଇ ସୂଚନା ମିଳିବା ପରେ ଶନିବାର ଦିନ ଆରହରେ ଅବକାରୀ ବିଭାଗ ଓ ପୁଲିସ ବିଭାଗ ଦ୍ବାରା ଚଢାଉ ହୋଇଥିଲା।  ଜଗଦିଶପୁର ଥାନା ଅଧୀନ ଦୁଲହେଗଞ୍ଜରରେ ଟିମ ଉପରକୁ ମଦ ମାଫିଆ ପଥର ଓ ଇଟା ମାଡ କରିଥିଲେ। ଏହି ଆକ୍ରମଣରେ ୧୧ ଜଣ ପୁଲିସ କର୍ମୀ ଆହତ ହୋଇଥିବା ବେଳେ ଆହତ ମାନଙ୍କୁ ଜଗଦିଶପୁର ସବଡିଭିଜନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣରେ ପୁଲିସର ୪ ଜଣଙ୍‌କୁ ଗିରଫ କରାଯାଇଥିବା ବେଳେ ମଦ ପ୍ରସ୍ତୁତକାରୀ ସାମଗ୍ରୀକୁ ଜବତ କରାଯାଇଛି।

ସେପଟେ ବିହାରର ଛାପ୍ରାରେ ମଧ୍ୟ ଶନିବାର ମଦ ମାଫିଆଙ୍କ ଆକ୍ରମଣରେ ୩ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି। ମାସୁମ ଗଞ୍ଜରେ ଚଢାଉ କରି ପୁଲିସ ଫେରୁଥିବା ବେଳେ ଏହି ଆକ୍ରମଣ ହୋଇଥିଲା।

Leave a Reply

Your email address will not be published. Required fields are marked *