ବଚସା ପରେ ମରଣାନ୍ତଙ୍କ ଆକ୍ରମଣ

Spread the love

ଦିଲ୍ଲୀ: ଅଟୋଚାଳକଙ୍କ ଅମାନବୀୟ କାଣ୍ଡ । ଆଘାତ ହୋଇଛନ୍ତି 22 ବର୍ଷିଆ ମହିଳା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣପୂର୍ବ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ କଲୋନୀ ନିକଟରେ । ସୋମବାର ରାତିରେ ଜଣେ ନରସିଙ୍ଗ ଛାତ୍ରୀ ମେହାରିନ୍ ରିହାଜଙ୍କ  ଅଟୋଚାଳକ ସହ ମୂଲ ଚାଲ ପରେ ଅଟୋଚାଳକ ଜଣକ  ମହିଳାଙ୍କୁ ଏକ ଧାରୁଆରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ପେଟର ଡାହାଣ ପାର୍ଶ୍ୱରେ ଆଘାତ ଲାଗିଥିଲା । ପରେ ସେ ନିକଟରେ ଏକ ଘୋରଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୋଲିସ ଠାରୁ ମିଳିଥିବା ସୂଚାନାନୁଯାୟୀ ଛାତ୍ରୀ ଜଣକ ନୁର ନଗର ରୁ ଅଟୋ ଭଡାକରି ନିୟୁ ଫ୍ରେଣ୍ଡସ କଲୋନୀକୁ ଯାଉଥିଲେ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଅଟୋ ଡ୍ରାଇଭର ଓ ଛାତ୍ରୀଙ୍କ ମଧ୍ୟରେ ଭଡା  ମୂଲଚାଲକୁ ନେଇ  ଯୁକ୍ତିତର୍କ ଚାଲିଲା ଏଥିରେ ଅଟୋଚାଳକ ଜଣକ ଉତ୍ତ୍ୟକ୍ତ ହୋଇ ମହିଳା ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାଟି 8.30 ରେ ଘଟିଥିବାବେଳେ ପାଞ୍ଚଘଣ୍ଟା ପରେ ପୋଲିସ ପାଖରେ ଏବିଷୟରେ ଅଭିଯୋଗ ହୋଇଥିଲା ।

ମେହାରିନ୍ ରିହାଜଙ୍କ  ଅଭିଯୋଗ ମାମଲାକୁ ଆଧାର କରି ଉକ୍ତ ଅଟୋଚାଳକ ଉପରେ ନ୍ୟୁ ଫ୍ରେଣ୍ଡସ୍ କଲୋନୀ ପୋଲିସ୍ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତା ଧାରା 324/506 ଅନୁଯାୟୀ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଅଭିଯୁକ୍ତକୁ ଚିହ୍ନଟ ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଗତ ସପ୍ତାହରେ ମଧ୍ୟ ଜଣେ ମହିଳା ସାମ୍ବାଦିକ ଅଭିଯୋଗ କରିଥିଲେ ଯେ ତାଙ୍କୁ ଦିଲ୍ଲୀର ଜଣେ ଉବର ଅଟୋ-ରିକ୍ସା ଡ୍ରାଇଭର ଯୌନ ଉତ୍ପୀଡ଼ନ କରିଥିଲେ ଏବଂ ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ। ଜଣେ ଅଗ୍ରଣୀ ଗଣମାଧ୍ୟମ ସଂଗଠନ ସହ ସାମ୍ବାଦିକ ଥିବା ଏହି ମହିଳା ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଥିବା ତାଙ୍କ ବାସଭବନରୁ ଉବର ଅଟୋ ସାହାଯ୍ୟରେ ମାଲଭିଆ ନାଗରରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ଯାଉଥିଲେ।

ମହିଳା ଜଣକ କହିଛନ୍ତି ଯେ ବିନୋଦ କୁମାର ନାମକ ଜଣେ ଡ୍ରାଇଭର ଅଟୋ ର ପାର୍ଶ୍ୱ ଦର୍ପଣ ମାଧ୍ୟମରେ ତାଙ୍କ ସ୍ତନ ଉପରେ ଖରାପ ଦୃଷ୍ଟିରେ ଚାହୁଁଥିଲା । ମହିଳା ଜଣକ କହିଛନ୍ତି ଯେ ସେ ଉବରର ସୁରକ୍ଷା ବିଭାଗକୁ ମଧ୍ୟ ଅଭିଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା।

Leave a Reply

Your email address will not be published. Required fields are marked *