ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଚ୍ ରାସ୍ତାରେ ଗୁଳି କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଫେରାର୍ ଥିବା ଆରୋପିକୁ ପୋଲିସ୍ ଗିରଫ କରିଛି। ଘଟଣା ଦିନ ତାଙ୍କୁ ଗୁଳି କରି ଫେରାର ହୋଇଥିବା ଅଭିଯୁକ୍ତକୁ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଛି। ସେ ନେପାଳ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ହାତରେ ଧରାପଡ଼ିଛି।ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲା ଶିବ କୁମାର। ପୋଲିସ୍ ଜେରା ବେଳେ ସେ ସ୍ୱୀକାର କରିଛି ଯେ ତା’ର ସମ୍ପର୍କ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ରହିଛି। ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବାର ଦିନକ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସଦସ୍ୟ ଏଥିପାଇଁ ନିଜକୁ ଦାୟୀ କରିଥିଲା। ପୋଲିସ୍ ଏହାର ଯାଞ୍ଚ କରୁଥିବା ବେଳେ ଏବେ ଶିବ କୁମାର ବିଷ୍ଣୋଇ ଗ୍ୟାଙ୍ଗର ସହ ଥିବା ନେଇ ନିଶ୍ଚିତ କରିଛି।
ଶିବ କୁମାରର କହିବା କଥା ଯେ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ନିର୍ଦ୍ଦେଶରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲା। ଶିବ କୁମାରକୁ ଧରିବାର ପାଇଁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶ ଏସଟିଏଫର ସହାୟତା ନେଇଥିଲା। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ତ ପରଠାରୁ ଶିବ କୁମାର ଫେରାର ଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now