ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ

କୁସ୍ତିଯୋଦ୍ଧାରୁ ରାଜନେତା ହୋଇଥିବା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ ମିଳିଛି। କଂଗ୍ରେସ ନଛାଡିଲେ ତାଙ୍କୁ ହତ୍ୟା କରାଯିବ ବୋଲି କୌଣସି ଅଜଣା ବ୍ୟକ୍ତି ହ୍ବାଟ୍ସଆପ୍ ରେ ମେସେଜ ପଠାଇଛନ୍ତି । ଏନେଇ ପୁନିଆ ରବିବାର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କୁ ଦୁଇ ଦିନ ପୂର୍ବରୁ ଅଖିଲ ଭାରତୀୟ କିଷାନ କଂଗ୍ରେସର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଥିଲା ।

ଏକ ବିଦେଶୀ ନମ୍ବରରୁ ତାଙ୍କ ପାଖକୁ ମେସେଜ ଆସିଛି । ଏଥିରେ କୁହାଯାଇଛି ,ଯଦି କଂଗ୍ରେସ ଛାଡିବା ନେଇ ପୁନିଆ ସ୍ପଷ୍ଟ ନ କରନ୍ତି , ତେବେ ସେ ଓ ତାଙ୍କ ପରିବାର ଅସୁବିଧାରେ ପଡିବେ । ଏହା ଆମର ଶେଷ ବାର୍ତ୍ତା । ଆମେ କେତେ ଶକ୍ତିଶାଳୀ ନିର୍ବାଚନ ପୂର୍ବରୁ ଦେଖାଦେବୁ ବୋଲି ବାର୍ତ୍ତାରେ ଚେତାବନୀ ଦିଆଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *