ବୌଦ୍ଧ: ସୁକଦେବ ହତ୍ୟା ଘଟଣାରେ ବାଲିଗୁଡା ପୁଲିସ ସିନ ରିକ୍ରିଏସନ କରି ସୁକଦେବଙ୍କ ଖପୁରୀ, ହାଡ ଆଦି ଜବତ କରିଛି। ପ୍ରେମିକାକୁ ଦେଖା କରିବାକୁ ହତ୍ୟାର ଶିକାର ହୋଇଥିଲେ ସୁକଦେବ।
ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଗାଁର ସୁକଦେବ ରଣାଙ୍କୁ କନ୍ଧମାଳ ଜିଲ୍ଲା ଲଣ୍ଡା ଗାଁ ପୁଟୁକିପାଲିରେ ହତ୍ୟା କରାଯାଇଛି। ପ୍ରେମିକ ସୁକଦେବଙ୍କ ପ୍ରେମକୁ ପ୍ରେମିକା ଘର ନାପସନ୍ଦ କରୁଥିଲେ। ତେଣୁ ସୁକଦେବ ପ୍ରେମିକାକୁ ଦେଖା କରିବାକୁ ପୁଟୁକିପାଲି ଆସିଥିଲା। ଉଭୟ ଲୁଚି ଛପି ଦେଖା କରୁଥିଲେ। କିନ୍ତୁ ଦିନେ ସୁକଦେବ ପ୍ରେମିକା ଘର ଲୋକଙ୍କ ହାବୁଡରେ ପଡିଯାଇଥିଲେ ଏହା ପରେ ସମସ୍ତ ପରିବାର ଲୋକ ସୁକଦେବଙ୍କୁ ହତ୍ୟା କରିବା ସହ ଏକ ଅଖାରେ ପୁରାଇ ଜଙ୍ଗଲରେ ଫିଙ୍ଗି ଦେଇ ଆସିଥିଲେ।
ସେପଟେ ପୁଅ ସୁକଦେବ ଘରକୁ ନ ଫେରିବାର ତାଙ୍କ ଘର ଲୋକେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ। ଖୋଜା ଖୋଜି କରିବା ପରେ ତାଙ୍କ ପରିବାର ଲୋକଙ୍କ ଅଭିଯୋଗରେ ପ୍ରେମିକାର ବାପା ଓ ଦୁଇ ଭାଇଙ୍କୁ ଗିରଫ କରିଥିଲା। ପରେ ପଚରା ଉଚରାରୁ ସେମାନେ ହତ୍ୟା କରିଥିବା ମାନିଥିଲେ। ଏହା ପରେ ପୁଲିସ ସିନ ରିକ୍ରିଏସନ କରାଇ ମୃତ ସୁକଦେବଙ୍କ ଖବୁରୀ, ହାଡ ଆଦି ଜବତ କରିଛି।
ପୋଲିସ କହିବା ଅନୁଯାୟୀ, ସୁକଦେବ ରଣା ଗତ ମାସ ୨୬ ତାରିଖରେ ବାଇକ ଯୋଗେ ଜଣେ ସାଙ୍ଗକୁ ନେଇ ଲଣ୍ଡାଗାଁ ପୁଟୁକିପାଲି ଗାଁକୁ ପ୍ରେମିକାକୁ ଦେଖା କରିବାକୁ ଆସିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now