ଲାଂଚ ନେଇ ଧରା ପଡିଲେ ବେଗୁନିଆପଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ

Spread the love

ଭୁବନେଶ୍ୱର : ଭତ୍ତା କରାଇବାକୁ ଲାଂଚ ନେଉଥିଲେ । ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଲେ । ଅପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ନାୟକ । ଜଣେ ହିତାଧିକାରୀଙ୍କଠୁ ସେ ୬ ହଜାର ଲାଂଚ ନେଉଥିଲେ । ସେତେବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରି ପକାଇଥିଲେ । ତାଙ୍କ ଠାରୁ ଲାଂଚ ଟଙ୍କାକୁ ଜବତ କରାଯାଇଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *