ଭଦ୍ରକ ପୁଲିସକୁ ସଫଳତା, ଛିନତାଇ ଓ ଡିକିଭାଙ୍ଗି ଟଙ୍କା ଲୁଟ ମାମଲାରେ ୪ ଗିରଫ

Spread the love

ଭଦ୍ରକ : ଭଦ୍ରକ ପୁଲିସକୁ ମିଳିଛି ସଫଳତା । ସହରରେ ଛିନତାଇ ଓ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ଅପରାଧୀଙ୍କୁ ଠାବ କରିଛି ଟାଉନ ପୁଲିସର ଏକ ସ୍ୱତନ୍ତ୍ର ଦଳ । ଟାଉନ ଥାନା ପରିସରରେ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ ଏକ ସମ୍ବାଦଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଗତ ଅପ୍ରେଲ ୧୫ ତାରିଖ ଓ ୧୬ ତାରିଖରେ ସହରରେ ପ୍ରାତଃଭ୍ରମଣ କରୁଥିବା ମହିଳାଙ୍କ ଠାରୁ ସୁନାଚେନ ଲୁଟ ହୋଇଥିଲା । ସୁନାଚେନ ଲୁଟ ନେଇ ସହରା ଳ ଥାନାରେ ୩ଟି ପୃଥକ ମାମଲା ରୁଜୁ ହୋଇଥିଲା । ଅନୁରୂପ ଭାବେ ସହରରୁ ଡିକିଭାଙ୍ଗି ଟଙ୍କା ଲୁଟ ନେଇ ଦୁଇଟି ମାମଲା ରହିଥିଲା । ତେବେ ଘଟଣାର ଦୁର୍ବୃ ଙ୍କୁ ଠାବ କରିବା ଲାଗି ଡିଏସପି ଅଂଶୁମାନ ଦ୍ୱିବେଦୀଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଦଳ ତଦନ୍ତ ଆରମ୍ଭ କରିଥିଲା । ଡିକିଭାଙଖ୍ଗି ଟଙ୍କା ଲୁଟ ମାମଲାରେ ୩ ଜଣଙ୍କୁ ଠାବ କରାଯାଇଛି । ତହିଁରୁ ଜଣେ ନାବାଳକ ଅଛି । ଅନ୍ୟ ଦୁଇଜଣ ହେଲେ ଧାମନଗର ଥାନା ଇଲାକର ଜନୈକ ରାଜେଶ ଦାସ, ଭଣ୍ଡାରିପୋଖରୀ ଥାନା ଅ ଳର ଗୋପୀ ଦାସଙ୍କୁ ଗିରଫ କରିଛି । ପୁଲିସ ସେମାନଙ୍କ ଠାରୁ ନଗଦ ୨୦ ଲକ୍ଷ ଟଙ୍କା ଓ ଏକ ବାଇକ ଜବତ କରିଛି । ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଅଚଳ କରାଯାଇଛି । ସେହିଭଳି ସୁନା ଚେନ ଛିନତାଇ ମାଲାର ତଦନ୍ତ କରୁଥିବା ପୁଲିସ ନୂଆପଡା ଜିଲାରୁ ନବୀ ହୁସେନଙ୍କୁ ଗିରଫ କରିଛି । ନବୀ ନିକଟରୁ ନଗଦ ୬୨ ଲକ୍ଷ ଟଙ୍କା ଜବତ କରିଛି ପୁଲିସ । ଏହି ମାମଲାରେ ଜଡିତ ଅନ୍ୟଜଣଙ୍କୁ ବି ଖୋଜୁଛି ପୁଲିସ । 

Leave a Reply

Your email address will not be published. Required fields are marked *