ଭଦ୍ରକ : ଭଦ୍ରକ ଜିଲା ପୁରୁଣାବଜାର ଥାନା ଅଧୀନସ୍ଥ ମୀରମହଲା କାରୁଆସାହିରେ ଫାଙ୍କା ଗୁଳିଚାଳନା ହୋଇଛି । ଗୁଳି ଶବ୍ଦ ଶୁଣି ସାହି ଲୋକେ ଭୟଭୀତ ହୋଇ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ପହ ô ଗୁଳି ଫୁଟାଇଥିବା ଯୁବକକୁ କାବୁ କରି ଥାନାକୁ ଆଣିଛି । ଯୁବକ ବାସୁଦେବପୁର ଥାନା ଶବରପୁର ଅଂଚଳର ସେକ୍ ରିଆରୁଦ୍ଦିନ୍ ବୋଲି ଜଣାପଡିଛି । ଏଠାରେ ତାର ମାମୁଁଘର ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବହୁ ସମୟରେ ସେ ଏଠାକୁ ଆସିଥାଏ ବୋଲି ଲୋକେ କହିଛନ୍ତି । ସନ୍ଧ୍ୟାରେ ସେ ବାଇକରେ ଦ୍ରୁତ ଗତିରେ ଆସି ଏଠାରେ ପହ ôବା ପରେ ଏକ ଦେଶୀ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲା । ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାର୍ଡ ଟିମ୍ ଘଟଣାସ୍ଥଳରେ ପହ ô ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ସିଟି ଡିଏସ୍ପି ଅଂଶୁମାନ ଦ୍ୱିବେଦୀ, ପୁରୁଣାବଜାର ଥାନା ଅଧିକାରୀ କରୁଣାକର ରାଉତ ଉକ୍ତ ଯୁବକକୁ ପଚରାଉଚୁରା କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now