ଭଦ୍ରକର ଚର୍ଚ୍ଚିତ ନୀଳକଣ୍ଠ ହତ୍ୟା ଘଟଣା, ୩ ମାସ ପରେ ମୁଖ୍ୟ ଅଭିଯୁକ୍ତକୁ ତାମିଲନାଡୁରୁ ଗିରଫ କଲା ପୁଲିସ୍ 

Spread the love

ଭଦ୍ରକ : ଭଦ୍ରକର ବହୁ ଚର୍ଚ୍ଚିତ ଗ୍ରାମା ଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଚରମ୍ପା ପ ।ୟତସ୍ଥିତ ରାଣୀତାଲ-ଧାମରା ରେଳପଥ ଓଭରବ୍ରିଜ୍ ନିକଟରେ ହତ୍ୟାର ଶୀକାର ହୋଇଥିବା ନୀଳକଣ୍ଠ ଓରଫ ରି ୁ ଦାଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗ୍ରାମା ଳ ଥାନା ପୁଲିସ୍ ସୁଦୂରୁ ତାମିଲନାଡୁରୁ ଗିରଫ କରିଛି । ଏ ସଂପର୍କରେ ଆଜି ଭଦ୍ରକ ଗ୍ରାମା ଳ ଥାନାରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସୌରଭ ଓତା ଓ ଗ୍ରାମା ଳ ଥାନାଧିକାରୀ ଅମିତାଭ ଦାସ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଗତ ଫେବୃୟାରୀ ୨ ତାରିଖରେ ଭଦ୍ରକ ସହରା ଳ ଥାନା ଅଧୀନସ୍ଥ ଅସ୍ଥଳ ପୂଜାରୀସାହିର ଯୁବକ ଅଜୟ ଦାସର ମୃତ ଶରୀର ଅତ୍ୟନ୍ତ ବିଭତ୍ସ ଅବସ୍ଥାରେ ରାଣୀତାଲ ଧାମରା ରେଳପଥ ଓଭରବ୍ରିଜ୍ ନିକଟରୁ ଉଦ୍ଧାର ହୋଇଥିଲା । ସେତେବେଳେ ଏହି ହତ୍ୟାକାଣ୍ଡକୁ ନେଇ ତାର ପିତା ଅଜୟ ଦାଶ ଗ୍ରାମା ଳ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ତାଙ୍କ ପୁତ୍ର ନୀଳକଣ୍ଠ ୧ ତାରିଖ ଦିନ ଘରକୁ ଫେରିନଥିଲା । ତା ପରଦିନ ସେମାନଙ୍କ ପରିବାର ତାର ବିଭତ୍ସ ମୃତ ଶରୀର ଉପରୋକ୍ତ ସ୍ଥାନରେ ପଡିଥିବାର ଖବର ପାଇଥିଲେ । ଫଳରେ ସେମାନେ ଏହି ହତ୍ୟାକାଣ୍ଡରେ ପୂର୍ବ ଶତ୍ରୁତା ରହିଥିବାର ସନ୍ଦେହ କରି କେତେକ ଅଭିଯୁକ୍ତଙ୍କ ନାମ ପୁଲିସ୍‌କୁ କହିଥିଲେ । ତେବେ ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍  ଗଠନ କରାଯାଇଥିଲା । ତଦନ୍ତ କାଳରେ ପୁଲିସ୍ ମୋବାଇଲ୍ ଟ୍ରାକିଂ କରି ତିନିମାସ ପରେ ମୁଖ୍ୟ ଅଭିଯୁକ୍ତ କୁଆଁସ ଗ୍ରାମର ସାଗର ଦାସକୁ ତାମିଲନାଡୁରୁ ଗିରଫ କରି ଭଦ୍ରକ ଆଣିଥିଲା । ତେବେ ଆଜି ମୁଖ୍ୟ ଅଭିଯୁକ୍ତ ସାଗରକୁ କୋର୍ଟ ଚାଲାଣ କରାଯିବା ଅବସରରେ ଏସ୍‌ଡିପିଓ ଓ ଥାନାଧିକାରୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ  ନୀଳକଣ୍ଠ ସହିତ ସାଗରର ପୂର୍ବ ଶତ୍ରୁତା ଲାଗି ରହିଥିଲା । ଘଟଣାଦିନ ରାଜଘାଟ ପୋଲ ନିକଟରେ ଉଭୟ ଦେଖା ହୋଇଥିଲେ । ସାଗର ତାକୁ ସାଙ୍ଗରେ ଏକ ଅଟୋ ଯୋଗେ ଡାକି ଜାତୀୟ ରାଜପଥ ଧାମରା ବ୍ରିଜ୍ ନିକଟକୁ ନେଇଥିଲା । ସେଠାରେ ସାଙ୍ଗରେ ମଦ ପିଇବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସାଗର ଉ ୍ୟକ୍ତ ହୋଇ ଘାସକଟା କତାରେ ନୀଳକଣ୍ଠର ମୁଣ୍ଡ, ମୁହଁ ଓ ବେକକୁ ହାଣିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ମୃତକଙ୍କ ପିତା ଅଜୟ ଦାସଙ୍କ ଅଭିଯୋଗ କ୍ରମେ ମାମଲା ନଂ ୫୦/୨୩ ରୁଜୁ ହୋଇଥିଲା । ପୂର୍ବରୁ ଏଥିରେ ସଂପୃକ୍ତ ସାଗରର ଶାଶୁ ସଂଜୁ ମୁଖୀ, ଶଳା ଅମର ମୁଖୀ ଓ ସ୍ତ୍ରୀ ଚାନ୍ଦିନୀ ମୁଖୀଙ୍କୁ ଗ୍ରାମା ଳ ଥାନା ପୁଲିସ୍ ଗିରଫ କରିଥିଲା । ତେବେ ନୀଳକଣ୍ଠଙ୍କ ପିତା ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ତାଙ୍କ ପୁତ୍ରର ହତ୍ୟାକାଣ୍ଡରେ ଅନେକଙ୍କର ସଂପୃକ୍ତି ରହିଛି । ଯେଉଁମାନଙ୍କୁ ପୁଲିସ୍ ଗିରଫ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *