ଚୋରାଚାଲାଣକାରୀଙ୍କ ଉପରେ ଆକ୍ସନ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଅହୋରାତ୍ର ଅନଶନ

ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଜିଠୁ ଅହୋରାତ୍ର ଆନ୍ଦୋଳନ ଆରମ୍ଭ କରିଛି ଭାରତୀୟ ବିକାଶ ପରିଷଦ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲଘୁଖଣିଜ ଚୋରାଚାଲାଣରେ ସଂପୃକ୍ତ ଠିକାଦାର ଓ ଏଥିରେ ସେମାନଙ୍କୁ ସହଯୋଗ କରୁଥିବା ନିର୍ଦିଷ୍ଟ ଖଣି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅନଶନ ଆରମ୍ଭ କରିଛି ସଂଗଠନ। ବାଲି ଚୋରୀ, ବେନିୟମ ଉତ୍ତୋଳନ ଓ ଚାଲାଣ କରି କୋଟି କୋଟି ଟଙ୍କା ରାଜସ୍ୱ ହଡ଼ପ କରିବା ଓ ହଡ଼ପ ଷଡ଼ଯନ୍ତ୍ରରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ତ୍ୱରିତ ଏତଲା ସହ ଆକ୍ସନ ହେଉ। ପଙ୍କପାଳ ଗାଁ ନିକଟ ମନୋହରପୁରରେ ଗଛିତ ୧୫ଶହ ଟ୍ରକରୁ ଉର୍ଦ୍ଧ୍ୱ ବାଲିକୁ ବାଜ୍ୟାପ୍ତି, ବେନିୟମ ଭାବେ ମିକ୍ସଚର ବ୍ୟାଚିଂ ପ୍ଲାଣ୍ଟ ସ୍ଥାପନା ଓ ପରିଚାଳନା କରୁଥିବା ମାଲିକ ସଞ୍ଜୀବ ଜେନାଙ୍କୁ ଗିରଫ, ଯାଜପୁର ଓ ଦାନଗଦି ତହସିଲଦାରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ ଆକ୍ସନ ଦାବି, ଯଖପୁରା ଆଇଆଇସିଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପରିଷଦ। ଭାରତୀୟ ବିକାଶ ପରିଷଦର ସମ୍ପାଦକ ଦୋଳଗୋବିନ୍ଦ ମହନ୍ତ, ଯୁବ ସଭାପତି ସୁନୀତା ପଟ୍ଟନାୟକ, ଦାନଗଦି ବ୍ଲକ୍ ସଭାପତି ମନୋଜ କୁମାର ସୁନ୍ଦରାୟ ପ୍ରମୁଖ ଅନଶନରେ ବସିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *