ଭୁବନେଶ୍ୱର ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ଘଟଣା। କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ମେଜର ଓ ବାନ୍ଧବୀ।ଏହି ମାମଲାରେ କମିଶନଙ୍କ ପ୍ରଥମ ବୈଠକ ଶେଷ ହୋଇଛି।ଉଭୟ ପକ୍ଷକୁ ସତ୍ୟପାଠ ବାବଦରେ ଅବଗତ କରାଯାଇଛି।ଆଜି ପ୍ରଥମ ସାକ୍ଷ ଗ୍ରହଣ କରାଯାଇଛି।ଘଟଣାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତି ଥିବା ସମସ୍ତଙ୍କୁ ହାଜର ପାଇଁ ନୋଟିସ କରିଥିଲେ ତଦନ୍ତ କମିଶନ।ସମସ୍ତ ବ୍ୟକ୍ତିଗତ ଭାବେ କିମ୍ବା ଓକିଲ ଜରିଆରେ କମିଶନଙ୍କ ନିକଟରେ ହାଜର ହେବା ପାଇଁ ନୋଟିସ ହୋଇଥିଲା। ଭରତପୁର ମାମଲାରେ ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାସ୧୯ ତାରିଖ ଅପରାହ୍ନ ୩ଟାରେ ସ୍ପଟ ଭିଜିଟ କରିବେ।ଭରତପୁର ଥାନା ଓ ଛାତ୍ରଙ୍କ ସହ ହୋଇଥିବା ଗଣ୍ଡଗୋଳ ସ୍ଥାନକୁ ଯିବେ।ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ୧ଟା ବେଳେ ଅଭିଯୋଗ କରିବାକୁ ଯାଇଥିବା ବେଳେ ପୋଲିସ ଆକ୍ରମଣ କରିବା ସହ ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା
କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଜାରି ରଖିଛି । ଏହାସହ ଘଟଣାର ତ୍ୱରିତ ତଦନ୍ତ ପାଇଁ ତଦନ୍ତ କମିଶନ ମଧ୍ୟ ଗଠନ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now