ସହର ଠାରୁ ଆରମ୍ଭ କରି ଭାରତର ଗାଁ ଗଣ୍ଡାରେ ପହଞ୍ଚିଲାଣି ଡ୍ରଗ୍ସ। ନିଶାରେ ବୁଡ଼ିଲେଣି ଭାରତୀୟ ଯୁବକ। ମଧ୍ୟପ୍ରଦେଶର ଭୋପାଳର ଏକ ଫ୍ୟାକ୍ଟ୍ରିରେ ୧୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି। ଗୁଜରାଟର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଓ ଆଣ୍ଟି ଟେରୋରିଜମ ସ୍କ୍ୱାଡ(ଏଟିଏସ୍) ଏହି ଡ୍ରଗ୍ସ ଜବତ କରିଛି।ଡବତ ହୋଇଥିବା ଡ୍ରଗ୍ସ ହେଲା ମେଫୋଡ୍ରୋନ୍। ଏଗୁଡ଼ିକ ଏହି ଫ୍ୟାକ୍ଟ୍ରିରେ ତିଆରି ହେଉଥିଲା। ବେଆଇନ ଡ୍ରଗ୍ସ ଉତ୍ପାଦନ ଅଭିଯୋଗରେ କମ୍ପାନୀରେ ରେଡ୍ ହୋଇଥିଲା। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଗୁଜରାଟର ପୁଲିସର ଟିମ୍ ର ଏହି ସଫଳତା ପାଇଁ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ହର୍ଷ ସାଂଘବୀ ପ୍ରଶଂସା କରିଛନ୍ତି। ଡ୍ରଗ୍ସ ବିରୋଧରେ ନିରନ୍ତର ପ୍ରୟାଶ ପାଇଁ ସଫଳତା ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now