ପହଲଗାମ ଆତଙ୍କି ଆକ୍ରମଣ ଘଟଣା ପରେ ଭାରତ- ପାକିସ୍ତାନ ଭିତରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଆଉ ଏତିକିବେଳେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ସ୍ୱୀକାର କରିଛନ୍ତି ଯେ, ପାକିସ୍ତାନ ସବୁବେଳେ ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଥିଲା। ୩୦ ବର୍ଷ ଧରି ଆମେରିକା ଓ ପଶ୍ଚିମି ରାଷ୍ଟ୍ର ଲାଗି ପାକିସ୍ତାନ ଏହା କରୁଥିଲା। ଆତଙ୍କବାଦୀଙ୍କୁ ପାକିସ୍ତାନ ପାଳୁଥିଲା। ଆଉ ସେମାନଙ୍କୁ ଟ୍ରେନିଂ ବି ଦେଉଥିଲା। ବ୍ରିଟେନ୍ ପାଇଁ ବି ପାକିସ୍ତାନ ଏମିତି କରିଥିଲା। ଆଉ ଯାହାର ପରିଣତି ଭୋଗୁଛି ପାକସ୍ତାନ। ସ୍କାଏନ୍ଯୁଜ ସାମ୍ୱାଦିକଙ୍କ ସହ କଥାବାର୍ତ୍ତା ବେଳେ ଏଭଳି ସତ ଓଗାଳିଛନ୍ତି ଭୁଟ୍ଟୋ। ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଆତଙ୍କବାଦ ବାବଦରେ ଯାହା କହିଥିଲେ, ତାହା ମିଛ ନୁହେଁ ବୋଲି ମାନିଛନ୍ତି ଭୁଟ୍ଟୋ। ଖ୍ୱାଜା ଯାହା କହିଛନ୍ତି, ତାହା ସିକ୍ରେଟ କଥା ନୁହେଁ। ପାକିସ୍ତାନର ଇତିହାସ ରହିଛି। ଯେଉଁଥିଲାଗି ପାକିସ୍ତାନ ଭୋଗୁଛି। ଏବେ କିନ୍ତୁ ଏଥିରୁ ଶିକ୍ଷା ନେବାକୁ ପଡ଼ିବ। ଏବେ ପାକିସ୍ତାନ ଆତଙ୍କବାଦର ପ୍ରୋତ୍ସାହକ ସାଜିନି। ଅତୀତରେ ଆତଙ୍କବାଦୀଙ୍କୁ ପୋଷିବା ପାକିସ୍ତାନ ଲାଗି ଥିଲା ଦୁର୍ଭାଗ୍ୟପୂର୍ଣ୍ଣ ଅତୀତ। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟା ବିଲାଓ୍ୱାଲ ଭୁଟ୍ଟୋଙ୍କ ଏଭଳି ସ୍ୱୀକାରୋକ୍ତି ପରେ କହିଛନ୍ତି ଯେ, ଭାରତର ଆକ୍ସନକୁ ନେଇ ପାକିସ୍ତାନ ଥରହର ହେଲାଣି। ଭୟରେ ସବୁ କଥା ଓଗାଳିବାରେ ଲାଗିଲାଣି।୍ର

Naxatra News is now on Whatsapp
Join and get latest news update delivered to you via whatsapp
Join Now