ଭୁବନେଶ୍ୱର : ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରରେ ବଡଧରଣର ଲୁଟ ହୋଇଛି । ଦୀର୍ଘ ବ୍ୟବସାୟ କରୁଥିବା ସିନକୋ ଗୋଲ୍ଡ ସୁନା ଦୋକାନରୁ ଦିନ ଦ୍ୱିପହରରେ ଡକାୟତି କରି ଲୁଟେରା ମାନେ ବିପୁଳ ମାତ୍ରାରେ ସୁନା ଗହଣା ଲୁଟି ନେଇଛନ୍ତି । ଲୁଟେରା ମାନେ କର୍ମଚାରୀଙ୍କୁ ମାଡ଼ ମାରି ଏହି ଲୁଟ କରିଛନ୍ତି । ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ସାତ ଜଣ ଡକାୟତ ସେଠାରୁ ଚମ୍ପଟ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଜାଞ୍ଚ ଆରମ୍ଭ କରିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଡକାୟତି ହୋଇଛି । ପ୍ରଥମେ ଦୁଇ ଜଣ ଲୁଟେରା ଗ୍ରାହକ ଭାବେ ଆସିଥିବା କୁହା ଯାଉଛି । ପରବର୍ତୀ ସମୟରେ ସେମାନଙ୍କୁ ମିଶାଇ ମୋଟ ୭ ଡକାୟତ ସୋ’ ରୁମ୍ ଭିତରେ ପଶିଥିଲେ । ଗ୍ରାହକଙ୍କୁ ଧମକାଇ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍ ପାଟ୍ କରିଥିଲେ । ଲୁଟେରା ମାନେ ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତି । ଡକାୟତଙ୍କ ମାଡ଼ରେ ସୋ’ରୁମ୍ ର ଦୁଇଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । କେତେଟଙ୍କାର ଗହଣା ଲୁଟ୍ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ପହଂଚି ତନାଘନା କରୁଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now