ଗୋଟିଏ ନୁହେଁ, ଦୁଇଟି ନୁହେଁ। ପୁରା ୧୩୦ ଅଶ୍ଳୀଳ ଭିଡ଼ିଓ। ମେନପୁରୀର ବିଜେପି ନେତ୍ରୀଙ୍କ ପୁଅର ଶତାଧିକ ଅଶ୍ଲୀଳ ଭିଡ଼ିଓ ଭାଇରାଲ ହେଲାଣି। ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ହୋଇଛି ଏହି ଭିଡ଼ିଓ ସୁଟ୍। ବିଜେପି ମହିଳାମୋର୍ଚ୍ଚା ମଣ୍ଡଳ ଅଧ୍ୟକ୍ଷାଙ୍କ ପୁଅଙ୍କ ଏଭଳି କାରନାମା ଦାଣ୍ଡରେ ଗଡ଼ି ହାଟରେ ପଡ଼ିଲାଣି। ସଂପୃକ୍ତ ଯୁବକ ବିବାହିତ। ଆଉ ଭାଇରାଲ ଭିଡ଼ିଓରେ ଜଣେ ବିବାହିତା ମହିଳାଙ୍କ ସହ ଅଶ୍ଲୀଳ ଆଚରଣ କରୁଛନ୍ତି। ଯେଉଁ ମହିଳାଙ୍କ ସହ ଏଭଳି ଆଚରଣ କରୁଛନ୍ତି, ସେ ନିଜ ସ୍ୱାମୀଙ୍କଠୁ ଅଲଗା ରହୁଛନ୍ତି। ଆଉ ଯୁବକଙ୍କ ଏଭଳି ଆଚରଣରୁ ତାଙ୍କ ପତ୍ନୀଙ୍କ ସହ ପ୍ରାୟ ୪ ବର୍ଷ ହେଲା ବିବାଦ ଚାଲିଛି। ସଂପୃକ୍ତ ଯୁବକ ନିଜ ପତ୍ନୀଙ୍କୁ ଏଭଳି ଭିଡ଼ିଓ ଦେଖାଇ ମାନସିକ ନିର୍ଯାତନା ଦେଇଆସୁଥିଲା। ପତ୍ନୀ ଶୀତଳ ଗୁପ୍ତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ସିଗାରେଟ୍ ଚେଙ୍କ ବି ଦେଇଥିଲେ ଯୁବକ। ପୁଲିସରେ ଏତଲା କରିଥିଲେ ସୁଦ୍ଧା ରାଜନୀତିକ ଚାପରୁ ପୁଲିସ୍ ଚୁପ୍ ରହିଲା। ଆଉ ମାମଲାକୁ ରଫାଦଫା କରିଦେଲା। ସେପଟେ ପୁରା ମାମଲାକୁ ନେଇ ବିଜେପି ମୁହଁ ଖୋଲୁନଥିଲା ବେଳେ ବିରୋଧୀ ଦଳ ଏହାକୁ ଗଣ୍ଠି କରି ବିଜେପିକୁ ଘେରିଲାଣି। ସପା, କଂଗ୍ରେସ ଓ ବିଏସପି ଏହି ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ କରିଛନ୍ତି। ସପା କହିଛି, ବିଜେପି ନେତାଙ୍କ ଅଶୋଭନୀୟ ଆଚରଣ ଓ ଅଭଦ୍ରତା ଉପରୁ ପରଦା ଉଠିଲାଣି। ଆସନ୍ତା ବିଧାନସଭା ନିର୍ବାଚନରେ ଜନତା ଏମାନଙ୍କୁ ପାନେ ଦେବେ। ଏଭଳି ମାମଲାରେ ପୀଡ଼ିତାଙ୍କ ସହ ସପା ଛିଡ଼ାହୋଇଛି। ଆଉ ନ୍ୟାୟ ଲାଗି ଲଢ଼େଇ କରିବ। କଂଗ୍ରେସ କହିଛି, ବିଜେପିକ କଥନି ଓ କରଣିରେ ବହୁତ ତଫାତ ଅଛି। ବେଟି ବଚାଅ, ବେଟି ପଢ଼ାଅ ନାରା କେବଳ ନାମକୁ ମାତ୍ର। ଯଦି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବନି ଆଉ ପୀଡ଼ିତାଙ୍କୁ ନ୍ୟାୟ ମିଳିବନି। ତା ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ବିଏସପି କହିଛି, ପତ୍ନୀ ଥିବା ସତ୍ତ୍ୱେ ଅନ୍ୟ ମହିଳାଙ୍କ ସହ ଏଭଳି ସମ୍ପର୍କ, ଅଶ୍ଳୀଳ ଭିଡ଼ିଓ କରି ସମାଜ ବିରୋଧୀ କାମ କରିଛନ୍ତି ସଂପୃକ୍ତ ଯୁବକ। ବିଜେପି ନିଜ ଆଡ଼ୁ ସଂଜ୍ଞାନ ନେବା ବଦଳରେ ନୀରବ କାହିଁକି।

Naxatra News is now on Whatsapp
Join and get latest news update delivered to you via whatsapp
Join Now