ଟିଏମସି ନେତାଙ୍କ ଘରେ ବିସ୍ଫୋରଣ, ୩ ମୃତ

Spread the love

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ ଘର ଉପରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ରାତି ପ୍ରାୟ ୧୧ଟା ୧୫ରେ ଟିଏମସି ବୁଥ ଅଧ୍ୟକ୍ଷଙ୍କ ନେରିବାଲା ଗାଁସ୍ଥିତ ବାସ ଭବନ ଉପରେ ବୋମା ମାଡ ହୋଇଥିଲା। ବିସ୍ଫୋରଣ କାରଣରୁ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ବିସ୍ଫୋରଣରେ ବାସଭବନର ବ୍ୟାପକ କ୍ଷୟକ୍ଷତି ହେବା ସହ ଛାତ ଉଡିଯାଇଛି।

ଶୁକ୍ରବାର ରାତି ୧୧ଟା ୧୫ ମିନିଟରେ ଟିଏମସି ବୁଥ ଅଧ୍ୟକ୍ଷଙ୍କ ନେରିବାଲା ଗାଁରେ ଥିବା ଘର ଉପରେ ବିସ୍ଫୋରଣ ଘଟିଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ଘରର ଛାତ ଉଡିଯାଇଥିବା ବେଳେ ଘରର  ବହୁ କ୍ଷୟକ୍ଷତି ହୋଇଛି।  ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ନିଜ କବଜାକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କିପରି ବିସ୍ଫୋରଣ ଘଟିଲା ତାର କୌଣସି କାରଣ ଜଣାପଡିନାହିଁ।

ତେବେ ଏହି ବିସ୍ଫୋରଣ ପାଇଁ ତୃଣମୂଳ କଂଗ୍ରେସ ବିଜେପିକୁ ଦାୟି କରିଥିବା ବେଳେ କିନ୍ତୁ ବିଜେପି ଅଭିଯୋଗ କରିଛି କି, ନେତାଙ୍କ ଘରେ ଦେଶୀ ବୋମା ତିଆରି ହେଉଥିଲା। ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି କି, ରାଜ୍ୟରେ କେବଳ ବୋମା ତିଆରି କରିବାର ଉଦ୍ୟୋଗ ଚାଲିଛି। ବରିଷ୍ଠ ଏମକେପି ନେତା ସୁଜନ ଚକ୍ରବର୍ତ୍ତୀ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ସେ କହିଛନ୍ତି କି, ମମତାଙ୍କ ନୀରବତା ଆଶ୍ଚର୍ଯ୍ୟଚକିତ କରୁଛି। ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ପ୍ରସଙ୍ଗରେ ବୟାନ ଦାବି କରିଛନ୍ତି। ଅନ୍ୟପଟେ ଟିଏମସିର ରାଜ୍ୟ ମହାସଚିବ କୁନାଲ ଘୋଷ କହିଛନ୍ତି କି, ବିନା କୌଣସି ପ୍ରମାଣରେ ବିପକ୍ଷ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି।

Leave a Reply

Your email address will not be published. Required fields are marked *