ନିଶାଗ୍ରସ୍ତ ପୁଅର ତାଣ୍ଡବ: ଛୁରୀ ମାରି ହତ୍ୟାକଲା ୪ ପରିଜନଙ୍କୁ

Spread the love

ନୂଆଦିଲ୍ଲୀ: ଦିଲ୍ଲୀର ଗୋଟିଏ ପରିବାରର ୪ ସଦସ୍ୟଙ୍କୁ ହତ୍ୟା। ହତ୍ୟାକାରୀ ପରିବାରର ପୁଅ। ବେରୋଜଗାର ଓ ନିଶାଡି ପୁଅର ଚାକୁ ମାଡରେ ମା, ବାପା, ଭଉଣୀ ଓ ଜେଜେମାଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୧୧,୩୦ ଟାରେ ଏସମ୍ପର୍କରେ ସୂଚନା ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସବୁକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।

ଗତକାଲି ରାତି ପ୍ରାୟ ୧୧.୩୦ଟାରେ ପୁଲିସକୁ ସୂଚନା ମିଳିଥିଲା କି,ଦିଲ୍ଲୀର ଦକ୍ଷିଣ ପଶ୍ଚିମ ଜିଲ୍ଲାର ପାଲମ ଅଞ୍ଚଳର ଏକ ପରିବାରରୁ ଚିତ୍କାର ଶବ୍ଦ ଶୁଭୁଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ବେଳକୁ ଅଭିଯୁକ୍ତ ୪ ଜଣଙ୍କ ହତ୍ୟା କରିସାରିଥିଲା। ଜେଜେ ମା ଓ ଭଉଣୀକୁ ଅଲଗା ଅଲଗା କୋଠରୀରେ ଛୁରୀ ମାରି ହତ୍ୟା କରିଥିବା ବେଳେ ଗାଧୁଆ ଘରେ ବାପା ଓ ମାଙ୍କୁ ହତ୍ୟାକରିଥିଲା ଅଭିଯୁକ୍ତ କେଶବ । ସମସ୍ତଙ୍କ ବେକ କଟାଯିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିଲା।

ପ୍ରାରମ୍ଭିକ ସୂଚନାରୁ ପୁଲିସ ଜାଣିବାକୁ ପାଇଛି କି, ୨୫ ବର୍ଷୀୟ କେଶବ ବେରୋଜଗାର ଥିଲା ଓ ନିଶା ସେବନ କରୁଥିଲା। ତାର ନିଶା ଛଡାଇବାକୁ ପରିବାର ଲୋକେ ତାକୁ ରିହାବିଲିଟେସନ ସେଣ୍ଟରରେ ଛାଡିଥିଲେ। ତେବେ ଦୀପାବଳୀ ସମୟରେ ସେ ଘରକୁ ଫେରିଥିଲା ଓ ତା ପରେ ଆଉ ସେଣ୍ଟରକୁ ଯାଇନଥିଲା। ତେବେ ତାର ନିଶା ସେବନକୁ ନେଇ ପରିବାରରେ ଝଗଡା କରୁଥିଲା। ଏହି ପାରିବାରିକ କଳହକୁ ନେଇ ଗତକାଲି ରାତିରେ ସେ ବାପା, ମା, ଜେଜେ ମା ଓ ଭଉଣୀଙ୍କୁ ହତ୍ୟା କରିଥିବା  ପୁଲିସ ସନ୍ଦେହ କରୁଛି।

ଘଟଣା ଘଟାଇବା ପରେ ସେ ସେଠାରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ପରିବାରର ଅନ୍ୟ ସଦସ୍ୟମାନେ କାବୁକରି ନେଇଥିଲେ ଓ ପୁଲିସକୁ ହସ୍ତାନ୍ତର କରିଥିବା ପୁଲିସ କହୁଛି।

Leave a Reply

Your email address will not be published. Required fields are marked *