ବଡ଼ ଭାଇକୁ ବିଷ ଦେଲା ସାନ ଭାଇ

ବଡ଼ଭାଇକୁ ବିଷ ଦେଇଦେଲା ସାନ ଭାଇ।ଏପରି ଛାତିଥର ଘଟଣା ଘଟିଛି କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ଶାଳପଡା ଗୁଣ୍ଡିଚା କଲୋନୀରେ। ହେଲେ ବିଷ ପିଇବା ପରେ ବି ଯନ୍ତ୍ରଣାରେ ଛଟପଟ ହୋଇ ସାନଭାଇକୁ ଖୋଜୁଥିଲା ବଡ଼ ଭାଇ। ଯେତେବେଳେ ଆଖି ଆଗରେ ସାନ ଭାଇକୁ ପାଇଲେନି ସେତେବେଳ ଫୋନ କରିଥିଲେ। ମରିବା ପୂର୍ବରୁ ଥର ଥର କଣ୍ଠରେ ସାନ ଭାଇକୁ ପଚାରିଲେ, ବାବୁରେ ମୋତେ କି ବିଷ ଦେଇଛୁ କହ? ।ଯାହାକୁ ଶୁଣି ସମସ୍ତେ ତାଜୁବ ହୋଇଯାଇଛନ୍ତି। ଏହି ଘଟଣାର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଶୁଣି ଲୋକେ କୋହ ସମ୍ଭାଳି ପାରୁ ନାହାନ୍ତି।

ଭାଇରାଲ ଅଡିଓ ରେ ବଡ଼ଭାଇ ପଚାରୁଛନ୍ତି, ଭାଇରେ! କାହିଁକି ଏମିତି ମୋ ସାଙ୍ଗରେ କଲୁ? କ’ଣ କ୍ଷତି କରିଥିଲି ତୋର? ବେଳେବେଳେ ଟିକିଏ ତାଗିଦ କରିଦିଏ। ବଡ଼ ଭାଇଟା ସେତିକି କରନ୍ତାନି କି ? ତା’ ବୋଲି ମୋତେ ବିଷ ଦେଇଦେଲୁ। ମୋ’ ଛାତି, ପେଟରେ ଭାରି କଷ୍ଟ ହେଉଛି। ତୁ କେମିତି ବିଷ ଦେଲୁ, ମୁଁ ଭାବି ପାରନି। ଅନ୍ୟ କିଏ ଦେଇଥିଲେ ଏତେ କଷ୍ଟ ହୁଅନ୍ତାନି। ହେଲେ ଯୋଉ ଭାଇକୁ ମୁଁ ଏତେ ଭଲ ପାଉଛି, ସିଏ ମତେ ବିଷଦେଲା ବୋଲି ମୋର ବିଶ୍ୱାସ ହେଉନି। ତୋ’ ହାତ ଗୋଡ଼ ଧରୁଛି। କୋଉ ବିଷ ଦେଇଛୁ ଟିକେ କହରେ। ଡାକ୍ତରଙ୍କୁ ଟିକେ କହିବି, ମୋତେ ଟ୍ରିଟମେଣ୍ଟ କରିବେ। ଭାରି କଷ୍ଟ ହେଉଛିରେ… ସାନଭାଇର ଏପରି କାମ ଜାଣିବା ପରେବି ବଡ଼ଭାଇ ତାଙ୍କ ବିରୋଧରେ ପୋଲିସରେ ଏତଲା ଦେବ ନାହିଁ ବୋଲି କହୁଛନ୍ତି। ବାରମ୍ବାର କେଉଁ ବିଷ କେଉଁ ଖାଦ୍ୟରେ କେତେଥର ମିଶେଇଛି ବୋଲି ସେ ପ୍ରଶ୍ନ କରୁଛନ୍ତିି।ଏ ଘଟଣା ସମସ୍ତଙ୍କୁ ତାଜୁବ କିଦେଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *