BSF କ୍ୟାମ୍ପ ଉପରକୁ ମାଓବାଦୀଙ୍କ ରକେଟ ମାଡ଼ , ଅଳ୍ପକେ ବର୍ତିଲେ ଶତାଧିକ ଜବାନ।

Spread the love

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ନାରାୟଣପୁର  ଜିଲ୍ଲାରେ ଏଭଳି ମାଓବାଦୀ ଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଇରାଭଟ୍ଟୀ ଗାଁ ନିକଟରେ ନୂଆ କରି ସ୍ଥାପନ ହୋଇଥିବା BSF କ୍ୟାମ୍ପ ଉପରେ ମାଓବାଦୀ ରକେଟ ମାଡ଼ କରିଛନ୍ତି । ଚାରି ଚାରି ଟି ରକେଟ ମାଡ଼ କରିଥିଲେ ମାଓବାଦୀ। ସୁରକ୍ଷା କର୍ମୀ କ୍ୟାମ୍ପ ଭିତରେ ଯିବା ବେଳେ ଠିକ ତାଙ୍କ ପାଖରେ ଆଟାକ କରିଛି ମାଓବାଦୀ। କ୍ଷଣିକ ମଧ୍ୟରେ ଜବାନ ଙ୍କ ସାବଧାନତା ସେମାନଙ୍କ ଜୀବନ ବଞ୍ଚାଇ ଦେଇଛି। ଘଟଣା ପରେ ଉଭୟ ଜବାନ ମାଓବାଦୀ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ ହୋଇଥିଲା। ଜବାନ ଙ୍କ ପାଲଟା ଆକ୍ରମଣ କୁ ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଏହି ମାଓଗଡ଼ ରେ ସୁରକ୍ଷା କର୍ମୀ ଆସିବା ପରେ ଜୋରଦାର ମାଓ ଦମନ ଅପରେସନ ଯୋଗୁଁ ଦୁର୍ବଳ ହେଉଛି ମାଓ ସଙ୍ଗଠନ। ତେଣୁ ସୁରକ୍ଷା କର୍ମୀଙ୍କୁ ଆତଙ୍କିତ କରି BSF କ୍ୟାମ୍ପ ହଟାଇବା ପାଇଁ ଏଭଳି ବଡ଼ ଧରଣର ହିଂସାକାଣ୍ଡ ଘଟାଇ ଥିଲେ ।ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଜବାନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରୀ ରହିଛି।

Leave a Reply

Your email address will not be published. Required fields are marked *