କ୍ୟାସ୍ କାଣ୍ଡ- ଜଷ୍ଟିସ ବର୍ମାଙ୍କ ପିଟିସନ ଉପରେ ଆରମ୍ଭ ହେଲା ସୁପ୍ରିମକୋର୍ଟରେ ଶୁଣାଣୀ

କ୍ୟାସ୍ କାଣ୍ଡକୁ ନେଇ ବିବାଦରେ ଫସିଥିବା ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ପିଟିସନର ଶୁଣାଣୀ ଆରମ୍ଭ ହୋଇଛି। ଜଷ୍ଟିସ ବର୍ମାଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ଜଷ୍ଟିସ ଦତ୍ତା କହିଛନ୍ତି, ଏଭଳି ପିଟିସନ ଦାଖଲ ହେବାର ନଥିଲା। ପୁରା ଦେଶ ବିଚାରପତିଙ୍କ ବାବଦରେ କଥା ହେଉଛନ୍ତି। କାରଣ ଏଭଳି ପିଟିସନ ସୁପ୍ରିମକୋର୍ଟ ବିରୁଦ୍ଧରେ ଅଟେ। ନିଜ ପିଟିସନରେ ଆଭ୍ୟନ୍ତରୀଣ ଯାଞ୍ଚ ରିପୋର୍ଟ ଦାଖଲ କରିବାର ଥିଲା। ଜଷ୍ଟିସ ବର୍ମାଙ୍କ ଓକିଲ କପିଲ ଶିବଲଙ୍କ ଯୁକ୍ତି ଥିଲା ଯେ, ତଦନ୍ତର ନିଷ୍କର୍ସ ନ ଆସୁଣୁ ତାଙ୍କୁ ଦୋଷୀ ସଜାଇ ଦିଆଗଲା। ଯଦି ତାଙ୍କ ଆବେଦନକୁ ଅନୁମତି ମିଳିବନି, ତାହେଲେ ତାଙ୍କର ଅପୂରଣୀୟ କ୍ଷତି ହେବ। ପିଟିସନରେ ତାଙ୍କ ପରିଚୟ ଗୋପନ ରଖାଯାଉ ବୋଲି ଦାବି କରିଛନ୍ତି ଜଷ୍ଟିସ ବର୍ମା। ସେ ହାଇକୋର୍ଟର ବିଚାରପତି ଅଛନ୍ତି। କୌଣସି ବିଚାରପତିଙ୍କ ବାବଦରେ ସାର୍ବଜନୀନ ଭାବେ ଚର୍ଚ୍ଚା କରାଯାଇପାରିବନି। ଆଉ ଇନ-ହାଉସକୁ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବାକୁ କୁହାଯାଏ। ସାମ୍ୱିଧାନିକ ବ୍ୟବସ୍ଥା ଅନୁସାରେ- ହାଇକୋର୍ଟ ଓ୍ୱେବସାଇଟରେ ଭିଡ଼ିଓ ଜାରି କରିବା, ସାର୍ବଜନୀନ ଟିକାଟିପ୍ପଣୀ ଓ ମିଡ଼ିଆ ଦ୍ୱାରା ବିଚାରପତିଙ୍କ ଉପରେ ଆରୋପ ଲଗାଇବା ପ୍ରତିବନ୍ଧିତ ଅଟେ। ଏଭଳି ଯୁକ୍ତିରେ ସୁପ୍ରିମକୋର୍ଟ ପଚାରିଥିଲେ, ତାହେଲେ ଯାଞ୍ଚ କମିଟି ଆଗରେ ହାଜର ହେଉଥିଲେ କାହିଁକି। ତାଙ୍କ ସପକ୍ଷରେ ନିଷ୍ପତ୍ତି ଆସିବ ବୋଲି ଭାବିକି ଯାଇଥିଲେ କି। ଏ ଟଙ୍କା କାହାର। ଏହି ମାମଲାରେ ତାଙ୍କର ବଦଳିକୁ କାହିଁକି ବିରୋଧ କଲେନି। ରାଷ୍ଟ୍ରପତିଙ୍କୁ ସୁପାରିଶ ପଠାଇ କଅଣ ସିଜେଆଇ ଭୁଲ୍ କରିଥିଲେ କି। ଏଭଳି ସୁପାରିଶ ପଠାଇବାର ଅର୍ଥ ନୁହେଁ ଯେ, ସିଜେଆଇ ସଂସଦକୁ ନିଜ ପରାମର୍ଶରେ କାମ କରିବାକୁ ପ୍ରୟାସ କରୁଥିଲେ। ଜଷ୍ଟିସ ଯଶୋବନ୍ତ ବର୍ମାଙ୍କ ଘରୁ ମିଳିଥିବା ନଗଦ ରାଶି ମାମଲାର ଶୁଣାଣୀରୁ ଆଗରୁ ଓହରିସାରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ। ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ ଏହି ମାମଲା ଶୁଣାଣୀରୁ ନିଜ ଆଡ଼ୁ ଓହରିଯାଇଥିଲେ। କାରଣ ଏ ମାମଲା ପଦାକୁ ଆସିବା ପରେ ଜଷ୍ଟିସ ବର୍ମାଙ୍କୁ ଦିଲ୍ଲୀରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ପ୍ରକ୍ରିୟାରେ ସେ ସାମିଲ୍ ଥିଲେ। ସେଥିଲାଗି ଏ ମାମଲା ପରିଚାଳନା କରିବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ ବୋଲି କହିଥିଲେ ସିଜେଆଇ। କମିଟିର ସେ ଏକ ଅଂଶବିଶେଷ ଥିଲେ। ବରଂ ଏ ମାମଲାର ଶୁଣାଣୀ ଲାଗି ଏକ ସ୍ୱତନ୍ତ୍ର ବେଞ୍ଚ୍ ହେବ ବୋଲି କହିଥିଲେ ସିଜେଆଇ। ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ବର୍ମା ପିଟିସନ ଫାଇଲ୍ କରିଥିଲେ। ଇନ୍-ହାଉସ କମିଟିର ରିପୋର୍ଟକୁ ଚାଲେଞ୍ଜ୍ କରିଥିଲେ ଜଷ୍ଟିସ ବର୍ମା। ଦିଲ୍ଲୀସ୍ଥିତ ବାସଭବନରୁ ବିପୁଳ ନଗଦ ରାଶି ଜବତ ଘଟଣାରେ ଜଷ୍ଟିସ ବର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ଇନ-ହାଉସ କମିଟି। ବରିଷ୍ଠ ଓକିଲ କପିଲ ଶିବଲ ଏହାର ଜରୁରୀ ଶୁଣାଣୀ ଲାଗି ଅନୁରୋଧ କରିଥିଲେ। ତତ୍କାଳୀନ ସିଜେଆଇ ସଞ୍ଜୀବ ଖାନ୍ନା ଜଷ୍ଟିସ ବର୍ମାଙ୍କୁ ହଟାଇବାକୁ ସୁପାରିଶ କରିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ। ଏହାକୁ ଅସାମ୍ୱିଧାନିକ ଘୋଷଣା କରିବାକୁ ଅପିଲ୍ କରିଥିଲେ ଜଷ୍ଟିସ ବର୍ମା। ମାର୍ଚ୍ଚ ୧୪ରେ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ବେଳେ ବିପୁଳ ନଗଦ ଜବତ ହୋଇଥିଲା। ନିଆଁ ଲିଭାଇବା ବେଳେ ଅଗ୍ନିଶମ ବିଭାଗର ନଜରକୁ ଏହା ଆସିଥିଲା। ସେତେବେଳେ ଜଷ୍ଟିସ ବର୍ମା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିଲେ। କେନ୍ଦ୍ର ସରକାର ବି ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣି ଆପାତତଃ ତାଙ୍କୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିସାରିଲେଣି ବୋଲି ଇଙ୍ଗିତ ଦେଇସାରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ। ଗଲା ସପ୍ତାହରେ ସଂସଦର ଉଭୟ ଗୃହରେ ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ନୋଟିସ୍ ଦିଆସରିଛି। ଲୋକସଭାରେ ୧୪୫ ସଦସ୍ୟ ଓ ରାଜ୍ୟସଭାର ୬୩ ସଦସ୍ୟ ଏ ନେଇ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏ ସମ୍ପର୍କିତ ପ୍ରସ୍ତାବ ଦେଇସାରିଲେଣି। ବୁଧବାର ଏ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *