ଭିଡିଓକନ ଘୋଟାଲା: ୩ ଜଣଙ୍କ ୩ ଦିନିଆ କଷ୍ଟଡି ମାଗିଲା ସିବିଆଇ

Spread the love

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ- ଭିଡିଓକନ ଘୋଟାଲାରେ ସୋମବାର ଦିନ ଭିଡିଓ କନ ମୁଖ୍ୟ ବେନୁଗୋପାଳ ଧୁତ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ  ଏମଡି ଓ ସିଇଓ ଚନ୍ଦା କୋଚ୍ଚର ତଥା ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ନୂଆଦିଲ୍ଲୀସ୍ଥିତ ସିବିଆଇ କୋର୍ଟରେ ଉପସ୍ଥିତ କରାଯାଇଛି। ସିବିଆଇ ୩ ଜଣଙ୍କୁ ୩ ଦିନ ଲେଖାର ହାଜତ ମିଆଦ ପାଇଁ ଅପିଲ କରିଛି। ଏସମ୍ପର୍କରେ ସିବିଆଇ ଓକିଲ କହିଛନ୍ତି, ଏମାନଙ୍କୁ ହଜାତକୁ ନେଇ ସମସ୍ତଙ୍କୁ ଏକା ସାଙ୍ଗରେ ମୁହାଁମୁହିଁ ଜେରା କରିବାକୁ ଚାହୁଛି ତଦନ୍ତକାରୀ ସଂସ୍ଥା।

ସୋମବାର ଦିନ ମନି ଲେଣ୍ଡରିଂ ମାମଲାରେ ସିବିଆଇ ଭିଡିଓ କନ ଅଧ୍ୟକ୍ଷ ବେଣୁଗୋପାଳଙ୍କୁ ଗିରଫ କରିଥିଲା । ଶନିବାର ଦିନ ସିବିଆଇକୁ କୋର୍ଟ ଦମ୍ପତିଙ୍କ ତିନି ଦିନ କଷ୍ଟଡି ଅନୁମତି ଦେଇଥିବା ବେଳେ ସୋମବାର ଆହୁରି ଅଧିକ ଦିନ ପାଇଁ ଅପିଲ କରିଛି ଯାଞ୍ଚକାରୀ ସଂସ୍ଥା। କାରଣ, ଆଜି ବେଣୁଗୋପାଳ ଗିରଫ ହୋଇଥିବାରୁ ସେମାନଙ୍କୁ ଏକକାଳୀନ ଜେରା କରାଯିବ।

ଶୁକ୍ରବାର ସିବିଆଇ ଦମ୍ପତ୍ତିଙ୍କୁ ଆଇସିଆଇ ବ୍ୟାଙ୍କ- ଭିଡିଓକନ ମନି ଲେଣ୍ଡରିଂ ମାମଲାରେ ଗିରଫ କରିଥିଲା। ୨୦୦୯ରୁ ୨୦୧୧ ମଧ୍ୟରେ ହୋଇଥିବା ଏହି ଘୋଟାଲାରେ ୧,୮୭୫ କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ କାଳରେ ସିବିଆଇ ପାଇଥିଲା କି, ଏହି ଅର୍ଥ ଭିଡିଓ କନକୁ ୬ଟି ଋଣ ଆକାରରେ ପ୍ରଦାନ କରାଯାଇଥିଲା । କିନ୍ତୁ ଘୋଟାଲା ଅଭିଯୋଗ ପରେ ୨୦୧୨ରେ କମ୍ପାନୀ ଋଣ ଉତ୍ସ ଦର୍ଶାଇବାରେ ବିଫଳ ହୋଇଥିଲା। ଫଳରେ ବ୍ୟାଙ୍କକୁ ୧,୭୩୦ କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *