ପାକିସ୍ତାନରୁ ସେଲିବ୍ରିଟିଙ୍କୁ ହତ୍ୟା ଧମକ..

ସେଲିବ୍ରିଟିଙ୍କୁ ଧମକ। କପିଲ ଶର୍ମା, ସୁଗନ୍ଧା ମିଶ୍ର, ରାଜପାଲ ଯାଦବ ଓ ରେମା ଡିସୁଜାଙ୍କୁ ଏକ ଅଜଣା ଇ-ମେଲରୁ ଆସିଛି ଧମକ। ପାକିସ୍ତାନରୁ ଆସିଛି ଏହି ଧମକପୂର୍ଣ୍ଣ ଇମେଲ୍। ଜୀବନରେ ମାରିଦେବାକୁ ଧମକ ଆସିଛି। ଆଉ ଇମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ବିଷ୍ଣୁ ବୋଲି ପରିଚୟ ଦେଇଛି। ୮ ଘଣ୍ଟାର ମହଲତ ଦେଇଛି ଧମକକାରୀ।

ସେପଟେ ପୁଲିସ ଏ ନେଇ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି। କମେଡି କିଙ୍ଗ୍ କପିଲ ଶର୍ମାଙ୍କ ସମେତ ତାଙ୍କ ପରିବାର ଓ ପଡ଼ୋଶୀଙ୍କୁ ଏପରିକି ସହକର୍ମୀଙ୍କୁ ହତ୍ୟା କରିବାକୁ ଦିଆଯାଇଛି ଚେତାବନୀ। କୋରିଓଗ୍ରାଫର ରେମୋ, କମେଡ଼ିଆନ ରାଜପାଲ ଓ ସୁଗନ୍ଧାଙ୍କୁ ସମାନ ଧମକ ମିଳିଥିବାରୁ ସବୁଠି ଏହାକୁ ନେଇ ଚର୍ଚ୍ଚା। କାହିଁକି ଏହି ସେଲିବ୍ରିଟି ଷ୍ଟାରଙ୍କୁ ଧମକ ଦିଆଗଲା। ଏମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ୮ ଘଣ୍ଟା ଭିତରେ ଜବାବ ଦେବାକୁ କୁହାଯାଇଥିଲା। ଏଭଳି ଇମେଲ ପବ୍ଲିସିଟି ଷ୍ଟଣ୍ଟ କି କାହାକୁ ହଇରାଣ ଉଦେଶ୍ୟରେ ହୋଇନି। ସେଥିଲାଗି ଏହି ମେସେଜକୁ ଗମ୍ଭୀରତାର ସହ ନେବାକୁ କହିଛି ଧମକକାରୀ। ଯଦି ଦାବି ପୂରଣ କରିବନି, ଏହାର ଗମ୍ଭୀର ପରିଣାମ ବି ଭୋଗିବ। ୮ ଘଣ୍ଟା ଭିତରେ ଜବାବ ନ ମିଳିଲେ ଆକ୍ସନ ନିଶ୍ଚିତ। ଧମକ ଆସିଥିବା ଇମେଲ୍ ଆଇଡି ହେଲା- don99284@gmail.com। ତେବେ ଏଭଳି ସେଲିବ୍ରିଟିଙ୍କୁ ହତ୍ୟା ଧମକ ତା ପୁଣି ବିଷ୍ଣୁ ନାଁରେ ଆଉ ପାକିସ୍ତାନରୁ। ଏହା ସନ୍ଦେହ ସହ ଦ୍ୱନ୍ଦ୍ୱ ବଢାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *