ରାଉରକେଲା : ରାଉରକେଲା ସହରର ଛେଣ୍ଡ କଲୋନୀ କଳିଙ୍ଗବିହାର ଅଞ୍ଚଳର ସେଣ୍ଟ୍ରାଲପାର୍କ ନିକଟରୁ ଏକ ଜନଗହଳିପୁର୍ଣ ରାସ୍ତା ଉପରେ ମର୍ଣିଂ ୱାକରେ ଥିବା ଜଣେ ବୟସ୍କ ମହିଳାଙ୍କ ବେକରୁ ଦୁର୍ବୁତମାନେ ସୁନା ଚେନ ଲୁଟିନେଇଥିବା ଅଭିଯୋଗ ହୋଇଛି ।
ଖବରରୁ ପ୍ରକାଶ ଯେ, ୬୦ ବର୍ଷିୟା ସୁମିତ୍ରା ହାଲୱାଇ ନିଜର ମର୍ଣିଂୱାକ ସାରି ସେଣ୍ଟ୍ରାଲପାର୍କ ପାଖ ପ୍ଲଟର ଶେଷ ଲାଇନରେ ଚାଲି ଚାଲି ନିଜ ଘରକୁ ଫେରୁଥିବା ବେଳେ ସମୟ ପ୍ରାୟ ୬ଟା ୫୦ ସମୟରେ ଜଣେ ଯୁବକ ତାଙ୍କ ବେକରୁ ସୁନା ଚେନ ଲୁଟିନେଇ ଦଉଡି ପଳାଇଯାଇ ତାକୁ ଅପକ୍ଷା କରିଥିବା ଦୁଇଚକିଆ ଗାଡିବାଲା ପଛରେ ବସି ଫେରାର ହୋଇଯାଇଥିବା ଜଣାପଡିଛି । ଏହି ଘଟଣା ପରେ ବୟସ୍କ ମହିଳା ଜଣକ ପାଟି କରି ଦଉଡିଥିଲେ ମଧ୍ୟ ସେମାନଙ୍କୁ ପାଇନଥିଲେ । ଘଟଣାଟି ପ୍ରଚାର ହେବା ପରେ କଥା ଥାନାକୁ ଯାଇଥିଲା, ଖବର ପାଇ ଛେଣ୍ଡ ପୁଲିସ ଘଟଣା ସ୍ଥଳ ପରିଦର୍ଶନ କରି ସେ ଅଞ୍ଚଳରେ ଥିବା ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now