ଏଟିଏମ କାର୍ଡ ବଦଳ କରି ଦୁର୍ବୃତ୍ତ ସଫା କରିଦେଲେ ଜମାରାଶି 

Spread the love

ଯାଜପୁର : ଏଟିଏମ କାର୍ଡ  ବଦଳାଇ  ଲୁଟିନେଲ  ଜମାରାଶି  l ଏଭଳି ଏକ୍ ଲୁଟର  ଶୀକାର  ହୋଇଛନ୍ତି  ଯାଜପୁର  ଜିଲ୍ଲା  ଚଣ୍ଡିଖୋଲ  ଫାଣ୍ଡି  ଅନ୍ତର୍ଗତ ଗରଗଲି  ଗ୍ରାମର  ପୋଷ୍ଟାଲ୍  ରେ ଚାକିରି  କରିଥିବା  ଶିଶିରକାନ୍ତ  ବିଶ୍ଵାଳ l  ଶିଶିର  ରବିବାର  ଚଣ୍ଡିଖୋଲ ସ୍ଥିତ  ଏସବିଆଇ ଏଟିଏମରୁ  ଟଙ୍କା  ଉଠାଇବା ପାଇଁ ଯାଇଥିଲେ l ହେଲେ  କୌଣସି  କାରଣ  ବଶତ ଟଙ୍କା  ଉଠି ନଥିଲା  ସେହି ସମୟରେ  ସେଠାରେ  ଉପସ୍ଥିତ  ଥିବା  ଜଣେ ଯୁବକ  ତାଙ୍କୁ  ସାହାଯ୍ୟ  କରିବାର ଆଳରେ   ଏଟିଏମରୁ କାର୍ଡ  ବଦଳ  କରି ନେଇଥିଲା  l ପରେ  ବିଭିନ୍ନ ପର୍ଯ୍ୟାୟରେ  ଏକାଉଣ୍ଟରୁ  ୯୦ ହଜାର  ଟଙ୍କା  ଉଠାଇ ନେଇଥିବା  ଶିଶିର  ଜାଣିବା  ପରେ  ଏସବିଆଇ  ଶାଖା  ପରିଚାଳକ ଙ୍କୁ  ଜଣାଇବା  ସହ  ଚଣ୍ଡିଖୋଲ  ଫାଣ୍ଡି ରେ  ଅଭିଯୋଗ  କରିଛିନ୍ତି  l ପୋଲିସ  ଏକ  ମାମଲା   ରୁଜୁ  କରି ତଦନ୍ତ  ଚଳାଇଛି ।

Leave a Reply

Your email address will not be published. Required fields are marked *