ବୋଡେ଼ନ ବ୍ଲକ ଅଫିସ ଘେରାଓ

Spread the love

ନୂଆପଡା : ନୂଆପଡା ଜିଲ୍ଲା ବୋଡେ଼ନ ସଦର ବ୍ଲକ ର ବୋଡେ଼ନ ପଂଚାୟତ, ସମେତ ଲର୍କା ଏବଂ ପଲସଦା ପଂଚାୟତ ରେ ପିଡ଼ିଏସ ବଣ୍ଟନ ରେ ହୋଇଥିବା ଅନିୟମିତତା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଏବଂ ବ୍ଲକ ର କେଶରାଜପୁର ପଂଚାୟତ ମନରେଗା ଯୋଜନା ରେ କାମ ନ ହୋଇ ଜାଲିଆତି ଟଙ୍କା ଉଠାଣ ଅଭିଯୋଗ ର ପ୍ରତିବାଦ ରେ ବ୍ଲକ ଅଫିସ ଘେରାଓ କରିଛି ଦଳିତ ଅଧିକାର ମଞ୍ଚ l ଦଳିତ ଅଧିକାର ମଞ୍ଚ ର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ଶତାଧିକ ସଂଖ୍ୟା ରେ ଲୋକେ ସାମିଲ ହୋଇ ବ୍ଲକ ଅଫିସ ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ଥିଲେ l ଏଥିସହ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଥିଲା l ଯଦି ସପ୍ତାହକ ମଧରେ ଏହାର ତଦନ୍ତ କରି ପଦକ୍ଷେପ ନିଆ ନ ଯାଏ ତାହାହେଲେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଦଳିତ ଅଧିକାର ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି l

Leave a Reply

Your email address will not be published. Required fields are marked *