ବିବାହ କରିବାକୁ ମନା କରିବାରୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା

ତାମିଲନାଡୁର ଥାନଜାଭୁରର ସ୍କୁଲ କ୍ୟାମ୍ପସରେ ଜଣେ ୨୬ ବର୍ଷୀୟା ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ଏକ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ତାଙ୍କର ହତ୍ୟା କରାଯାଇଛି ।ଆକ୍ରମଣରେ ତାଙ୍କ ବେକରେ ଗଭୀର ଆଘାତ ଲାଗିବାକୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିଆଯାଉଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ନିକଟରେ ରମଣୀ ଏବଂ ମଦନଙ୍କ ପରିବାର ସେମାନଙ୍କ ବିବାହ ବିଷୟରେ ଆଲୋଚନା କରିବା ପାଇଁ ସାକ୍ଷାତ କରିଥିଲେ, କିନ୍ତୁ ରମଣୀ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ଅନୁସନ୍ଧାନରୁ ଜଣାପଡିଛି। ଏହା ପରେ ହତାଶ ହୋଇଥିବା ମଦନ ବିଦ୍ୟାଳୟକୁ ଯାଇ ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କ ବେକକୁ ଆକ୍ରମଣ କରିଥିଲେ। ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଶ୍ଚିତ କରିଛନ୍ତି।

ପୁଲିସ ମଦନଙ୍କୁ ଗିରଫ କରି ପଚରାଉଚରା କରୁଛି ବୋଲି ଜଣେ ବରିଷ୍ଠ ଅଧିକାରୀ ଏନଡିଟିଭିକୁ କହିଛନ୍ତି। ଏହା ଏକ ବ୍ୟକ୍ତିଗତ କାରଣକୁ ନେଇ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *