ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ । ପରିବାର ଲୋକ ଶୋଇଥିବା ବେଳେ ଲୁଟି ନେଲେ ୬ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଓ ରୁପା ଗହଣା । ଖବର ପାଇ ଛେଣ୍ଡିପଦା ପୋଲିସର ଛାନଭିନ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଅନୁଗୋଳ ଛେଣ୍ଡିପଦା ଥାନା ପୋଡାପଡା ଗାଁ ମଝିରେ ଥିବା ରଞ୍ଜନ କୁମାର ଗଡ଼ନାୟକଙ୍କ ଘର ପଛ ପଟ ଗ୍ରିଲ ଖୋଲି ଦୁର୍ବୁତ୍ତ ମାନେ ଘରେ ପଶିଥିଲେ । ଘରେ ପଶିବା ପରେ ଘରର ଲାଇନ କାଟି ରଞ୍ଜନଙ୍କ ପୁଅ ବୋହୁ ଶୋଇବା ଘରର ଗଡ଼ରେଜ ଖୋଲି ବୋହୂର ଥିବା ପ୍ରାୟ ୬ ଲକ୍ଷ ଟଙ୍କାର ସୁନା ଗହଣା ଓ ଲାପଟପ ଲୁଟି ନେଇଥିଲେ । ଘରୁ ଗଲାବେଳେ ରଞ୍ଜନଙ୍କ ସ୍ତ୍ରୀ ପିନ୍ଧିଥିବା କାନ ଫୁଲକୁ ଲୁଟ କରିବା ପାଇଁ ଉଦ୍ୟମ କରିବା ବେଳେ ପରିବାର ଲୋକ ଉଠି ପଡିବାରୁ ଦୁର୍ବୁତ୍ତମାନେ ଘରର ପଛପାଖ ଦେଇ ଅନ୍ଧାରରେ ଫେରାର ହୋଇଯାଇଥିଲେ । ଏନେଇ ପରିବାର ଲୋକ ୧୧୨କୁ ଜଣାଇବାପରେ ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ ଚଳାଇଛି l

Naxatra News is now on Whatsapp
Join and get latest news update delivered to you via whatsapp
Join Now