ଆଧ୍ୟାତ୍ମିକ ଗୁରୁ ଚିନ୍ମୟ କୁମାର ଦାସଙ୍କୁ ମିଳିଲା ଜାମିନ୍। ଦେଶଦ୍ରୋହ ମାମଲାରେ ବାଲାଂଦେଶ ହାଇକୋର୍ଟ ଚିନ୍ମୟଙ୍କୁ ଜାମିନ୍ ଦେଇଛନ୍ତି। ଜଷ୍ଟିସ ମହମ୍ମଦ ଏ ରେହେମାନ୍ ଓ ଜଷ୍ଟିସ ମହମ୍ମଦ ଅଲ୍ଲି ରେଜାଙ୍କ ଖଣ୍ଡପୀଠ ଚିନ୍ମୟଙ୍କୁ ଜାମିନ୍ ଦେଇଛନ୍ତି। ଗଲା ବର୍ଷ ନଭେମ୍ୱର ୨୫ରେ ବାଂଲାଦେଶ ସମ୍ମିଳିତ ସନାତନି ଜାଗରଣ ସମାଜ ତଥା ପୂର୍ବତନ ଇସ୍କନ ନେତା ଚିନ୍ମୟଙ୍କୁ ଢାକାରୁ ଗିରଫ କରାଯାଇଥିଲା। ବାଂଲାଦେଶର ଜାତୀୟ ପତାକାକୁ ଅସମ୍ମାନ କରି ଦେଶଦ୍ରୋହ ମାମଲାରେ ପଡ଼ିଥିଲେ ଚିନ୍ମୟ। ଜାମିନ୍ ଆବେଦନ କରିଥିଲେ ବି ଚିତ୍ତାଗୋଙ୍ଗ କୋର୍ଟ ନାମଞ୍ଜୁର୍ କରିଦେଇଥିଲେ। ଜାନୁଆରୀ ୨ରେ ବେଲ୍ ନାମଞ୍ଜୁର୍ ହୋଇଥିଲା। ଏହା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଚିନ୍ମୟଙ୍କୁ କାହିଁକି ଜାମିନ୍ ଦିଆଯିବନି ବୋଲି ହାଇକୋର୍ଟ ସରକାରଙ୍କୁ ଫେବୃଆରୀରେ ପଚାରିଥିଲେ। ୨ ସପ୍ତାହ ଭିତରେ ଜବାବ ଦେବାକୁ ସରକାରଙ୍କୁ କହିଥିଲେ ହାଇକୋର୍ଟ। ଚିନ୍ମୟଙ୍କ ଓକିଲ କୋର୍ଟରେ କହିଥିଲେ ଯେ, ଚିନ୍ମୟ ମାତୃଭୂମିକୁ ସମ୍ମାନ କରନ୍ତି। ସେ ଛଦ୍ମବେଶୀ କି ବିଶ୍ୱାସଘାତକ ନୁହଁନ୍ତି । ନିଜ ମାଆ ଭଳି ମାତୃଭୂମିକୁ ଭଲ ପାଆନ୍ତି। ତା ସତ୍ତ୍ୱେ ତଳକୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now