ଚରସ ଚକୋଲେଟ୍- ମହାକାଳ ଫଳ କଭରରେ ବିକୁଥିଲେ ରାକେଟ୍

 ଚକୋଲେଟରେ ଚରସ। ଆୟୁର୍ବେଦିକ ମେଡିସିନ ପ୍ୟାକେଟରେ ବ୍ୟାନ୍ ହୋଇଥିବା ନିଶାକୁ ବିକୁଛନ୍ତି ଲୋକେ। ବେଙ୍ଗାଲୁରୁ ଓ ଏହାର ଉପକଣ୍ଠରେ ଏହାର ବିପୁଳ ବ୍ୟବହାର ହେଉଛି ଏମିତି ଢଙ୍ଗରେ। ଏହା ପ୍ରତି ପାନ ଦୋକାନରେ ଉପଲବ୍ଧ କହିଲେ ଭୁଲ୍ ହେବନି। ୧୦ ଟଙ୍କାରୁ ଶହେ ଟଙ୍କିଆ ପ୍ୟାକେଟ୍ ଭିତରେ ଏହା ଉପଲବ୍ଧ। ଏହି କାରବାରରେ ସଂପୃକ୍ତ ୬ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୧୦ହଜାର ପ୍ୟାକେଟ୍ ଜବତ ପରେ ଏହାର ଗୁମର ଫିଟିଛି। ଯାହାର ଦାମ୍ ୧୦ଲକ୍ଷ ଟଙ୍କା ହେବ। ଜଣେ କୋରିୟର ଏଜେଣ୍ଟ ୨୪ ବର୍ଷୀୟ ଜିତୁ ବିଶମ୍ୱର ସିଂ ଏହାର କିଙ୍ଗପିନ୍ ଥିଲା। ସେ କାନପୁରରୁ ଏହି ଗଞ୍ଜେଇ ଭର୍ତ୍ତି ଚକୋଲେଟ କିଣି ଅନ୍ୟ ୫ ଜଣଙ୍କ ଜରିଆରେ ଦୋକାନକୁ ସପ୍ଲାଏ କରୁଥିଲା। ଏ ସବୁ ପ୍ୟାକେଟକୁ କେହି ଯେମିତି ସନ୍ଦେହ କରିବେନି, ସେଥିଲାଗି ପ୍ୟାକେଟରେ ମହାକାଳ- ମୁନାକା ଭତି ଲେଖାଯାଉଥିଲା। ଯାହାକି ଆଇନତଃ ବୈଧ ଆୟୁର୍ବେଦିକ ଭାଙ୍ଗ ଗୋଲିର ବ୍ରାଣ୍ଡ ନାଁ ଅଟେ। ବିଶେଷ କରି ଷ୍ଟୁଡେଣ୍ଟ୍ସ ଓ ଦିନ ମଜୁରିଆଙ୍କୁ ଟାର୍ଗେଟ କରି ଚରସ ଚକୋଲେଟ ବିକୁଥିଲେ ଏହି ରାକେଟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *