ଶାଶୁଘର ନିର୍ଯାତନାରେ ଅତିଷ୍ଠ ହୋଇ ଅଭିଯୋଗ କଲା ବୋହୁ

Spread the love

ଶାଶୁ ଘର ଲୋକ ଓ ସ୍ୱାମୀର ଅତିଷ୍ଠ ହୋଇ ଶେଷରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ବ୍ରହ୍ମପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଜଣେ ଶିକ୍ଷୟତ୍ରୀ।

ସୂଚନା ଅନୁଯାୟୀ, ଗୋଲନ୍ଥରା ଥାନା ଅନ୍ତର୍ଗତ ସୁନପୁର ଗ୍ରାମର କନକଲତା ବେହେରା ଗତ କିଛି ବର୍ଷ ତଳେ ସୋରଳ ଗ୍ରାମର ବସନ୍ତଙ୍କୁ ବିବାହ କରିଥିଲେ। ସେହି ସମୟରେ ବସନ୍ତ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ।  କନକ ଜଣେ ସରକାରୀ ଶିକ୍ଷୟିତ୍ରୀ ହୋଇଥିବାରୁ ସ୍ବାମୀଙ୍କୁ ଗାଁକୁ ଆଣି ସରକାରୀ ଚାକିରୀ ପାଇ ପ୍ରିପେରସନ୍ କରାଇବା ସହ ତାଙ୍କର ଚାକିରି ଅବକାରୀ ଏସ ଆଇ ଭାବେ କରାଇଥିଲେ । ମାତ୍ର ସ୍ବାମୀ ବସନ୍ତ ଅନ୍ୟ ଜଣେ ବିଭାଗୀୟ ମହିଳା ଅଧିକାରୀ ସହ ପ୍ରେମ ସମ୍ପର୍କ ରଖି ନିର୍ଯାତନା ଦେଇ ଘରୁ ବାହାର କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ।

ଏନେଇ ସେ ଥାନାରେ ମାମଲା କରିବା ସହ ଘରେ ତାଙ୍କୁ ସୁରକ୍ଷା ଦେବା ପାଇଁ ହାଇକୋର୍ଟରେ ମାମଲା କରିଥିଲେ। ମାତ୍ର 17ତାରିଖରେ ସେ ସ୍କୁଲକୁ ଯାଇ ଫେରିଲା ବେଳକୁ ଘରେ ତାଲା ପକାଇ ଦେବା ସହ ଘର ଭିତରକୁ ପ୍ରବେଶ ବେଳେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ସେ ଏସପିଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *